ଧାନ କିଣାରେ ବ୍ୟାପକ ଜାଲିଆତି ନେଇ ପୁଣି ଥରେ ତଦନ୍ତ କରିବ ସମବାୟ ବିଭାଗ

ଭୁବନେଶ୍ୱର: ଚାଷୀଙ୍କ ଧାନ ବିକିଦେଲେ ଦଲାଲ। ଆଉ ଧାନକିଣାରେ ସରକାରୀ ସଂସ୍ଥାକୁ ହାତ କରି ବିଜେଡି ନେତା ଚଳୁ କରି ନେଲେ କୋଟି କୋଟି ଟଙ୍କା। ଖୋଦ ବିଜେଡି ନେତା ଏହି ଦଲାଲମାନଙ୍କର ତାଲିକା ପ୍ରସ୍ତୁତ କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଓ ଅନ୍ୟ ଜଣେ ବିଜେଡି ନେତାଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆସିବାର ବର୍ଷେ ବିତିଗଲାଣି। କିନ୍ତୁ ଦୁର୍ନୀତିର ଚେର ଖୋଜି ପାଉନାହିଁ ଭିଜିଲାନ୍‌ସ। ଏ ନେଇ ରାଜନଗର ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦ୍ୱିତୀୟ ଥର ଅଭିଯୋଗ କରିବା ପରେ ପୁଣି ତଦନ୍ତ ତ୍ୱରାନ୍ନିତ କରିବାକୁ ଅଣ୍ଟାଡ଼ିଛି ସମବାୟ ବିଭାଗ।

ମାର୍କଫେଡ ଅଭିଯୋଗ ଅନୁସାରେ ୨୦୧୫-୧୬ରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଖରିଫ୍ ଧାନ କିଣାରେ ହୋଇଛି ବ୍ୟାପକ ଜାଲିଆତି। ପଞ୍ଜୀକୃତ ଚାଷୀଙ୍କୁ ବାଦ ଦେଇ ନିଜ ଇଛାରେ ଦଲାଲଙ୍କ ନାଁରେ ଧାନ କିଣା ଯାଇଥିବା ଅଭିଯୋଗ ହୋଇଛି। ଏ ପ୍ରମାଣକୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାଖଲ କରିଛନ୍ତି ରାଜନଗର ବିଧାୟକ ଅଂଶୁମାନ ମହାନ୍ତି।

ମାର୍କେଫେଡ ମ୍ୟାନେଜିଂ କମିଟିରେ ସଦସ୍ୟ ଥିବା ବିଜେଡି ନେତା ପ୍ରମୋଦ ସାମଲ ଓ ତାଙ୍କ ରାଜନୈତିକ ଗୁରୁ ଧ୍ରୁବ ସାହୁ ଧାନକିଣାରେ କିପରି ଦୁର୍ନୀତି କରିଛନ୍ତି ତାର ତଥ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଁଞ୍ଚିବା ପରେ ଖୋଳତାଡ଼ ଆରମ୍ଭ ହୋଇଛି। ଘଟଣାରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋ-ଅପରେଟିଭ୍‌ ସୋସାଇଟି ରେଜିଷ୍ଟାରଙ୍କୁ କହିଛି ସମବାୟ ବିଭାଗ।

୨୦୧୫-୧୬ରେ କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୧୪୧୦ ଟଙ୍କା ଥିଲା । ଅଭିଯୋଗ ଅନୁସାରେ ପ୍ରମୋଦ ସାମଲ ଓ ଧ୍ରୁବ ସାହୁ ମାର୍କଫେଡର ମ୍ୟାନଜରଙ୍କୁ ଧମକଚମକ ଦେଇ ନିଜେ ପ୍ରସ୍ତୁତ କରିଥିବା ଚଷୀଙ୍କ ଲିଷ୍ଟ ଅନୁସାରେ ସରକାରୀ ଦରଠାରୁ ୮୦୦ରୁ ୯୦୦ଟଙ୍କା କମରେ ଧାନ କିଣିଲେ। କିନ୍ତୁ ମାର୍କଫେଡର ଖାତାରେ ସରକାରୀ ଦର ପକାଇ ଏସବୁକୁ ନିୟମିତ କଲେ। ପ୍ରକୃତରେ ୧୩୭୮୭.୭୬ କ୍ୱିଣ୍ଟାଲ ଧାନ କିଣା ହୋଇଥିବା ବେଳେ ୨୧ ହଜାର କ୍ୱିଣ୍ଟାଲ ଧାନ କିଣାର ରିପୋର୍ଟ ଦେବାକୁ ମାର୍କଫେଡ ଅଧିକାରୀଙ୍କୁ ବାଧ୍ୟ କଲେ। ଏ ସମ୍ପର୍କରେ ମାର୍କଫେଡ ଅଧିକାରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏହା ପରେ ସ୍ୱତନ୍ତ୍ର ସ୍କାର୍ଡ ତଦନ୍ତ କରି ଜାଲିଆତିକୁ ଧରିଥିଲା। ଧାନକିଣାରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ସ୍ୱତନ୍ତ୍ର ଅଡିଟରେ ଧରାପଡିବା ପରେ ଗତବର୍ଷ ଜୁନ ମାସରେ ସରକାର ଭିଜିଲାନସକୁ ତଦନ୍ତ ଦାୟିତ୍ୱ ଦେଇଥିଲେ। ହେଲେ ବିଡମ୍ବନାର ବିଷୟ ଏବେ ତଦନ୍ତ କଥା ପୂରା ଭୁଲିଯାଇଛନ୍ତି ସରକାର।

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like