ବିଷ୍ଣୁ ଦାସ? ସେ କିଏ ?

ଭୁବନେଶ୍ୱର: ପୁଣି ପଦାରେ ପଡ଼ିଲା ଦାମ-ବିଷ୍ଣୁ କଳି।  ପାରାଦୀପ ସମାରୋହରେ ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସଙ୍କ ଅନୁପସ୍ଥିତି ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ଦାମ କହିଛନ୍ତି, ବିଷ୍ଣୁ ଦାସ କିଏ ମୁଁ ଜାଣିନି… ମୁଁ ତାଙ୍କୁ କେବେ ଦେଖିନି କି କଥା ହୋଇନି।

ତା’ସହିତ ବିଷ୍ଣୁଙ୍କ ପାଇଁ ଏଠି ଯିଏ ବଡ଼ ନେତା ସେ ବି ଆଜି ଆସିନାହାନ୍ତି ବୋଲି ଦାମ କଟାକ୍ଷ କରିଛନ୍ତି। ଏନେଇ ବିଷ୍ଣୁଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ କହିଛନ୍ତି ଅସୁସ୍ଥତା କାରଣରୁ ବିଷ୍ଣୁ ଆଜିର ସଭାରେ ଯୋଗ ଦେଇ ପାରିନାହାନ୍ତି।

You might also like