ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ବିଜେଡି ପକ୍ଷରୁ ହ୍ୱିପ୍ ଜାରି

ନୂଆଦିଲ୍ଲୀ: ବିଜେଡି ପକ୍ଷରୁ ହ୍ୱିପ୍ ଜାରି ହୋଇଛି। ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ହ୍ୱିପ୍ ଜାରି କରିଛି ବିଜେଡି। ଆସନ୍ତାକାଲି ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ନିଷ୍ପତ୍ତି ନିଆଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ବିଜେଡି ସଂସଦୀୟ ଦଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଗୋଟିଏ ପଟେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ନେଇ ବିଜେଡି ବାଚସ୍ପତିଙ୍କୁ ଧ୍ୟାନ ଆକର୍ଷଣକାରୀ ନୋଟିସ୍ ଦେଇଛି। ଅନ୍ୟପକ୍ଷେ ଦଳ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରି ବିରୋଧୀ ଦଳଙ୍କ ସହ ରହିବ ନା ଏନ୍‌ଡ଼ିଏକୁ ଦେବ ସମର୍ଥନ, ନା ସେଫ୍ ଗେମ୍ ଖେଳି ସମଦୂରତା ବଜାୟ ରଖିବ ଏନେଇ ଚର୍ଚ୍ଚା ଲାଗି ରହିଛି। ମବ୍ ଲିଞ୍ଚିଙ୍ଗ ଓ ଦଳିତଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗରେ କଂଗ୍ରେସ, ଏନ୍‌ସିପି ଏବଂ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ଟିଡିପି ପକ୍ଷରୁ ଗତକାଲି ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ଆସନ୍ତାକାଲି ଏ ପ୍ରସଙ୍ଗରେ ଆଲୋଚନା ହେବ।

You might also like