‘ଜଣେ ଅଫିସର୍‌ ଓ ୩ ଜଣ ବିଧାୟକଙ୍କ ଦ୍ୱାରା ବିଜେଡି ଚାଲିଛି’

ଭୁବନେଶ୍ୱର: ବେଶ୍ କିଛି ଦିନ ହେଲା ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଘାଇଲା କରୁଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିରୋଧରେ ଦଳ ବିରୋଧୀ କାମର ଅଭିଯୋଗ ଆଣିଛନ୍ତି ତାଙ୍କ ଅଞ୍ଚଳର ନେତା ଓ କର୍ମୀ।

ଆଜି  ନବୀନ ନିବାସ ଆସି ଦାମୋଦର ରାଉତଙ୍କ ବିରୋଧରେ ବାଲିକୁଦା ଏରସମା ଅଞ୍ଚଳର ବହୁ ନେତା ଓ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ମଧ୍ୟ ଦାମଙ୍କ ବିରୋଧରେ ନବୀନଙ୍କୁ ଭେଟିଛନ୍ତି।

ସେପଟେ ତାଙ୍କ ବିରୋଧରେ ଅଭିଯୋଗକୁ ନେଇ ଦାମୋଦର ରାଉତ ଦଳୀୟ ପ୍ରସଙ୍ଗରେ ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି।  ସେ କହିଛନ୍ତି- ‘ମତେ ମନ୍ତ୍ରିମଣ୍ଡଳରୁ ମୋ ଅଜାଣତରେ ବହିଷ୍କାର କରାଯାଇଛି। ମତେ ଉପସଭାପତି ପଦରୁ ବହିଷ୍କାର କରାଯାଇଛି। ପର୍ଯ୍ୟବେକ୍ଷକ ପଦରୁ ବି ବହିଷ୍କାର କରାଯାଇଛି। ମୋ ପାଖରେ ଆଉ କ’ଣ ଅଛି କି? ବିଜେଡି ଏବେ ଜଣେ ଅଫିସର, ୩ ବିଧାୟକଙ୍କ ଦ୍ୱାରା ଚାଲିଛି; ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ବବି ଦାସଙ୍କ ଦ୍ୱାରା ଦଳ ଚାଲିଛି, ମୁଁ ସେ ଦଳରେ ଆଉ ନାହିଁ’ ବୋଲି କହିଛନ୍ତି ଦାମୋଦର ରାଉତ।’

କିଛି ଦିନ ହେଲା ସରକାରଙ୍କ ବିରୋଧରେ ନାନା ଦୁର୍ନୀତିର ଗୁମର ଖୋଲୁଛନ୍ତି ଦାମୋଦର ରାଉତ। ଏହା ଦ୍ୱାରା ରାଜ୍ୟ ସରକାର ଓ ବିଜେଡି ଅଡୁଆରେ ପଡୁଛି। ତେଣୁ ଦାମଙ୍କ ତୁଣ୍ଡରେ ତୁଣ୍ଡି ବାନ୍ଧିବାକୁ ନେତା ଓ କର୍ମୀଙ୍କୁ ଡକାଇ ନବୀନଙ୍କ ପାଖରେ ଅଭିଯୋଗ କରାଯାଉଛି ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ

ଏଣିକି ଶିକ୍ଷକଙ୍କ ଦକ୍ଷତା ମାପିବେ ଛାତ୍ରଛାତ୍ରୀ

୨୧ ଜଣିଆ ମନ୍ତ୍ରିମଣ୍ଡଳରେ ୧୩ କୋଟିପତି : ଶୀର୍ଷରେ ନବୀନ

ଚତୁର୍ଥ ଶ୍ରେଣୀ ପଢ଼ିଥିବା ବ୍ୟକ୍ତି ଚାଷ ପାଇଁ ତିଆରି କଲେ ମଟର ଚାଳିତ ଯନ୍ତ୍ର

ସ୍ୱାଭିମାନ ଅଂଚଳର ଉନ୍ନତି ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ

ପ୍ରେମ ବିବାହ ପରେ ସ୍ତ୍ରୀକୁ ଛାଡ଼ି ସ୍ୱାମୀ ଫେରାର୍‌

ପାର୍ସଲ ପେଟିରୁ ବାହାରିଲା ନାଗସାପ

ନିଜସ୍ୱ ଉଦ୍ୟମରେ ମୋବାଇଲ ଟାୱାର ନିର୍ମାଣ କଲେ ଗ୍ରାମବାସୀ

ଭୁଲ୍‌ ଇଞ୍ଜେକସନ୍ ପାଇଁ ୯ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

ଓଟିଭିର ପ୍ରଭାବ: ମାଟି ଶଙ୍ଖ ଶିଳ୍ପୀଙ୍କୁ ମିଳିଲା ପ୍ରୋତ୍ସାହନ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ସମୁଦ୍ର କୂଳରେ ବିଛା ଯାଇଥିବା ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ

ଋଷିକୂଲ୍ୟା ନଦୀରେ ଭାସିଗଲେ ନାବାଳିକା

You might also like