ବିଜେଡିକୁ ‘ଲଲିପପ୍‌’ର ସରକାର କହି କଟାକ୍ଷ କଲେ ଅରୁଣ

ଭୁବନେଶ୍ୱରରେ ବିଜେପି ପ୍ରଭାରୀ ଅରୁଣ ସିଂଙ୍କ ପ୍ରେସ୍‌ମିଟ୍

ଭୁବନେଶ୍ୱର : ବିଜେଡିକୁ ‘ଲଲିପପ୍‌’ର ସରକାର କହି କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ। ନବୀନ ଶାସନକାଳ ଭିତରେ ରୋଜଗାର ଦେଇପାରି ନାହାନ୍ତି। କିନ୍ତୁ ୧୯ ବର୍ଷ ହେଲା ଲଲିପପ୍ ଦେଇ ଅାସୁଛନ୍ତି ବୋଲି ଅାଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅଭିଯୋଗ କରିଛନ୍ତି।

ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଅାଇନ ନେଇ ସେ କହିଛନ୍ତି ଯେ ୧୯ ବର୍ଷରେ ୩୪ ଲକ୍ଷ ଭୋକିଲା ଅଛନ୍ତି। ଏହା ସରକାରଙ୍କ ବଡ଼ ବିଫଳତା। ‘ଅାମ ଗାଁ ଅାମ ବିକାଶ’ କାର୍ଯ୍ୟକ୍ରମ ଏକ ଭୟଙ୍କର ଭଷ୍ଟ୍ରାଚାର ବୋଲି କହି ଜନ ପ୍ରତିନିଧିଙ୍କୁ ନପଚାରି ବିନା ଟେଣ୍ଡରରେ କାମ ଦିଅାଯାଉଛି ବୋଲି ସେ ଅଭିଯୋଗ ଅାଣିଛନ୍ତି।

ଲୋକତନ୍ତ୍ରର ତଣ୍ଟି ଚିପାଯାଉଛି ଏବଂ ରାଜକୋଷରେ ଚୁନ ଲଗାଯାଉଛି ବୋଲି ସେ କହିଛନ୍ତି। ରାଜ୍ୟର ମନ୍ତ୍ରୀ, ବିଧାୟକଙ୍କ ଭ୍ରଷ୍ଟ୍ରାଚାର ବିରୋଧରେ ଦଳ ଅଭିଯାନ କରିବ ବୋଲି ମଧ୍ୟ ସେ କହିଛନ୍ତି।

You might also like