ତେଲ ଦର ବୃଦ୍ଧି ପ୍ରତିବାଦରେ ରାଜରାସ୍ତାରେ ବିଜେଡି

ଭୁବନେଶ୍ୱର : ହାତରେ ପ୍ଲା କାର୍ଡ, ତାସହ କେନ୍ଦ୍ର ବିରୋଧରେ ନାରାବାଜି। ଚାଲିଛି ଶୋଭଯାତ୍ରା। ଗୋଟିଏ ପରେ ଗୋଟିଏ ଶୋଭାଯାତ୍ରା ରାଜଭବନ ପହଞ୍ଚିବାପରେ ଆରମ୍ଭ ହୋଇଥିଲା ସଭା। ପେଟ୍ରୋଲ, ଡିଜେଲ୍ ଦର ଅହେତୁକ ଭାବେ ବୃଦ୍ଧି ପ୍ରତିବାଦରେ ଏମିତି ଢଙ୍ଗରେ ଆଜି ପ୍ରତିବାଦ କରିଛି ବିଜେଡି। ଟାର୍ଗେଟରେ ଥିଲେ  କେନ୍ଦ୍ର ସରକାର ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦଳ ଦାବିପତ୍ର ଦେଇଥିଲା। ରାଜ୍ୟର ସବୁ ବ୍ଳକ୍‌ରେ ଦଳ ଏଭଳି ଆନ୍ଦୋଳନ କରିବ, ଦର ନକମିବା ଯାଏଁ ଜୋରଦାର ଲଢେଇ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ସେପଟେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟ ସରକାର ଟ୍ୟାକ୍ସ କମାଇଲେ ତୈଳ ଦର କମିବ। କେନ୍ଦ୍ର ସରକାର ପୂର୍ବରୁ ଟିକସ କମାଇଛି, ଆଗକୁ ବି ଟିକସ କମାଇବା ପାଇଁ ଚିନ୍ତା କରୁଥିବା ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି। ସେପଟେ କଂଗ୍ରେସ ଦର ବୃଦ୍ଧି ନେଇ ଉଭୟ ରାଜ୍ୟ ଓ କେନ୍ଦ୍ରକୁ ଦାୟୀ କରିଛି।

ଦୁଇ ସପ୍ତାହ ହେଲା ଯେଭଳି ଲଗାତାର ପେଟ୍ରୋଲ୍-ଡିଜେଲ୍ ଦର ବଢ଼ିବାରେ ଲାଗିଛି ତାକୁ ନେଇ ଲୋକଙ୍କ ମଧ୍ୟରେ ବି ଅସନ୍ତୋଷ ବଢୁଛି। ଏପଟେ ତେଲଦର ବଢ଼ିବା ସହିତ ରାଜ୍ୟରେ ମହଙ୍ଗା ହୋଇଛି ବସ୍‌ଭଡ଼ା। ଉଭୟ ସାଧାରଣ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବୃଦ୍ଧି ପାଇଛି। ସାଧାରଣ ବସ୍ ଭଡ଼ା ୬୮ରୁ ୭୦ ପଇସା ଏବଂ ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୭୧ରୁ ୭୩ ପଇସାରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like