ବିଜେଡି ହାତରେ ବିଜେପୁର : ୧,୦୨,୮୭୧ ଖଣ୍ଡ ଭୋଟ ପାଇ ରୀତା ସାହୁ ବିଜୟୀ

ଭୁବନେଶ୍ୱର : ବିଜେପୁରରେ ବାଜି ମାରିଛି ବିଜେଡି। ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ୍ ପାଇଛନ୍ତି। ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି। ରିଟର୍ଣ୍ଣିଂ ଅଫିସର ତପୀରାମ ମାଝୀ ଏହି ଘୋଷଣା କରିଛନ୍ତି।

ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପୁରବାସୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି। ବିଜେଡିକୁ ଅକୁଣ୍ଠିତ ଆଶୀର୍ବାଦ ଦେଇଥିବା ଯୋଗୁଁ ସେ ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଓଡ଼ିଶା ଗୋଟିଏ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାବାସୀ କେବେ ହିଂସାକୁ ସମର୍ଥନ କରିବେ ନାହିଁ।ବିଜେପୁର ବିଜୟ ନେଇ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା।

ସୂଚନାଯୋଗ୍ୟ ଯେ କଂଗ୍ରସ ବିଧାୟକ ସୁବଳ ସାହୁଙ୍କ ପରଲୋକ ପରେ ଏଠାରେ ଖାଲିି ପଡ଼ିଥିବା ବିଧାୟକ ପଦବି ପାଇଁ ଗତ ୨୪ ତାରିଖ ଦିନ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡ଼ି ପକ୍ଷରୁ ସ୍ୱର୍ଗତ ସାହୁଙ୍କ ବିଧବା ରୀତା ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିଜେପୁର ନିର୍ବାଚନ ମଣ୍ଡଳିର ୮୨ ପ୍ରତିଶତ ଭୋଟର ମତଦାନ କରିଥିଲେ। ଆଜି ଭୋଟ ଗଣତିର ପ୍ରଥମରୁ ଶେଷ ପର୍ଯ୍ୟାୟ ଗଣତି ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ରୀତା ସାହୁ ସବୁ ପର୍ଯ୍ୟାୟରେ ଆଗୁଆ ରହିବା ସହିତ ବିଜୟୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଉପରକୁ ଆକ୍ରମଣ

ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ପାନ ଖାଇ ଶ୍ରୀମନ୍ଦିରକୁ ଯାଇପାରିବେନି; ଧରା ପଡ଼ିଲେ ଗଣିବେ ଫାଇନ୍‌

ଗାନ୍ଧି ଜୟନ୍ତୀରୁ ବିଜେଡିର କୋଭିଡ୍ ମହାମାରୀ ସଚେତନତା ଅଭିଯାନ

ବିଜୁଳି ଦର ବୃଦ୍ଧି ନେଇ ସରକାରଙ୍କୁ କଂଗ୍ରେସର ଟାର୍ଗେଟ୍‌

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ର କପିକୁ ଚିରି ଦେଲେ ତାରା

ଗୃହରେ କୋଭିଡ ତାତି; କଂପାନୀଙ୍କୁ ବ୍ଲାଙ୍କ୍ ଚେକ୍ କାହିଁକି ଦିଆଯାଇଥିଲା ବୋଲି ପ୍ରଶ୍ନ କଲା ବିରୋଧୀ

ରାଜ୍ୟରେ ୩୮୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ; ମୋଟ ସୁସ୍ଥ ସଂଖ୍ୟା…

କମିବ ଘରୋଇ ସ୍କୁଲ୍‌ ଫି !

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

ହାଇକୋର୍ଟରେ ମାମଲା ଦାୟର କଲେ ସମ୍ବିତ ପାତ୍ର

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

You might also like