ପୁଣି MSP ବୃଦ୍ଧି ପ୍ରସଙ୍ଗ ଉଠାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: ପୁଣି ଚଳିତ ବର୍ଷ ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା MSP ବୃଦ୍ଧି ପ୍ରସଙ୍ଗ ଉଠାଇଲେ ରାଜ୍ୟ ସରକାର। ସାଧାରଣ ଧାନର MSP କ୍ୱିଣ୍ଟାଲ ପ୍ରତି ୨୯୩୦ ଏବଂ ଏ’ ଗ୍ରେଡ ଧାନ ୨୯୭୦ ଟଙ୍କା ପାଇଁ ଦାବି କରି କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ କୃଷି ସଚିବ।

vlcsnap-error669ସେପଟେ କେନ୍ଦ୍ରକୁ ଟାର୍ଗେଟ୍ କରି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଜୁନ୍ ଶେଷ ସୁଦ୍ଧା କେନ୍ଦ୍ର ଧାନର MSP ଧାର୍ଯ୍ୟ କରିବା କଥା। ମେ ମାସରୁ MSP କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା ପାଇଁ ଦାବି କରିଛୁ। ଜୁନ୍ ଯାଇ ଜୁଲାଇ ହେଲାଣି, ତଥାପି ଏନେଇ କୌଣସି ସୂଚନା ନାହିଁ। ଅମିତ ଶାହା ଆସି ବୈଠକ କରୁଛନ୍ତି, କିନ୍ତୁ ଏହି ପ୍ରସଙ୍ଗରେ କିଛି କହୁ ନାହାନ୍ତି ବୋଲି ମହାରଥୀ କହିଛନ୍ତି।

You might also like