ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜୟଙ୍କ ପ୍ରଶ୍ନର ଉତ୍ତର ଦେଲେ ବିଶ୍ୱଭୂଷଣ

ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପିରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ବିଜେପି ନେତା ବିଜୟ ମହାପାତ୍ରଙ୍କ ଅଭିଯୋଗର ଜବାବ ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ।

ସରକାରରେ ୯ ବର୍ଷ ଧରି ଆଇନ ମନ୍ତ୍ରୀ ଥିବା ବିଶ୍ୱଭୂଷଣ କହିଛନ୍ତି, ବିଜେପି ଆନ୍ଦୋଳନରେ ସରକାରଙ୍କ ସହ ଆଉ କିଛି ଲୋକ ବିବ୍ରତ। ତେବେ ବିଜୟ ମହାପାତ୍ର କିଛି ନ ଜାଣି ଏଭଳି ପ୍ରଶ୍ନ କରିବା କୌତୁହଳର ବିଷୟ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଶ୍ୱଭୂଷଣ। ଶଙ୍କରାଚାର୍ଯ୍ୟଙ୍କ ମନ୍ତବ୍ୟ ଉପରେ ମଧ୍ୟ ବିଶ୍ୱଭୂଷଣ କହିଛନ୍ତି, ସେ ଶଙ୍କରାଚାର୍ଯ୍ୟଙ୍କ ବିରୋଧରେ କିଛି କହିବାକୁ ଚାହୁଁନାହାନ୍ତି। ସେ ଆଇନ୍ ମନ୍ତ୍ରୀ ଥିବାବେଳେ ତାଙ୍କ ସମୟର କାମ ଅନୁଧ୍ୟାନ କରି କହିଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ବିଶ୍ୱଭୂଷଣ କହିଛନ୍ତି।

ପ୍ରକାଶ ଥାଉକି, ଶ୍ରୀମନ୍ଦିର ଉନ୍ନତୀ ନେଇ ଗତକାଲି ବିଜେପିକୁ ପ୍ରଶ୍ନ କରି ଦଳକୁ ଅଡ଼ୁଆରେ ପକାଇଥିଲେ ବିଜୟ ମହାପାତ୍ର। ବିଜେଡି ସହ ୯ ବର୍ଷ ମେଣ୍ଟ ଶାସନରେ ଥିବା ବେଳେ ରତ୍ନ ଭଣ୍ଡାର ସୁରକ୍ଷା ବାବଦରେ କ’ଣ କରିଛ ବୋଲି ପ୍ରଶ୍ନ କରିଥିଲେ ବିଜୟ।

 

You might also like
Comments
Loading...