ପାରାଦୀପରେ ବାର୍ଡ ଫ୍ଲୁ ଆତଙ୍କ: କୁକୁଡ଼ା ମରା ଅଭିଯାନ ଆରମ୍ଭ

ପାରାଦୀପ: ପାରାଦୀପରେ ବାର୍ଡ ଫ୍ଲୁ ବ୍ୟାପିବା ପରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି।  ଗତକାଲି ପ୍ରଥମ ଦିନରେ ଦୁଇ ଶହ କୁକୁଡା ସହ ବହୁ ଅଣ୍ଡା ମାଟିରେ ପୋତାଯାଇଛି।

କାଉ ଓ କୁକୁଡା ମଡକ ପରେ ରକ୍ତ ନମୁନା ସଂଗ୍ରହ କରାଯାଇ ଭୋପାଳ ପରୀକ୍ଷାଗାର ପଠାଯାଇଥିଲା।  ରିପୋର୍ଟ ପଜିଟିଭ୍ ଆସିବା ପରେ ଏହି ଅଞ୍ଚଳର ଲୋକଙ୍କ ମଧ୍ୟରେ ଛନକା ପଶିଛି।

ଅନ୍ୟପକ୍ଷରେ, ବାର୍ଡ ଫ୍ଲୁକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।  ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ନେତୃତ୍ୱରେ ୧୦ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି।  ଏମାନଙ୍କ ମଧ୍ୟରୁ ୨ଟି ସର୍ଭେଲାନ୍ସ ଟିମ୍ ଓ ୮ଟି କଲିଂ ଟିମ୍ ଗଠନ କରାଯାଇ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳକୁ ପଠାଯାଇଛି।

ପ୍ରଥମ ପର୍ଯ୍ୟାୟରେ ବଡପଡିଆ ଅଞ୍ଚଳରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି।  ଏପଟେ ସହରର ବିଭିନ୍ନ ସ୍ଥାନରେ ସଚେତନତା ପରେ ବିଭିନ୍ନ କୁକୁଡା ଦୋକାନ ଉପରେ ଚଢାଉ କରାଯାଇଥିଲା।  ଏଥିରେ ପୌର ପ୍ରଶାସନର ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ପ୍ରାଣୀ ସମ୍ପଦ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

କୁକୁଡାଗୁଡିକ ମରାଯିବା ସହ ଷଣ୍ଢକୁଦ ଅଞ୍ଚଳରେ ଥିବା ଡମ୍ପିଂ ୟାର୍ଡରେ ପୋତି ଦିଆଯାଇଛି। ସହରରେ ବାର୍ଡ ଫ୍ଲୁ ଯୋଗୁଁ ବିଭିନ୍ନ ଚିକେନ୍ ସେଣ୍ଟରରେ ଚଢାଉ ସହ ବିକ୍ରି ଉପରେ ରୋକ ଲଗାଯାଇଛି।  ସେହିପରି ଫାଷ୍ଟଫୁଡ ଓ ହୋଟେଲମାନଙ୍କରେ ମାଂସ ବିକ୍ରି ଉପରେ ନିଷେଧାଦେଶ ଜାରି ରହିଛି।  ତେବେ ଆଗକୁ ମଧ୍ୟ ଏପରି ଚଢାଉ ଜାରି ରହିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ଖରିଫ ଧାନକିଣାର ତଦାରଖ କରିବେ ୧୨ ଅଫିସର

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଗ୍ରହଣ ଆଜି, କ’ଣ ରହିବ ଏହାର ପ୍ରଭାବ, ଜାଣନ୍ତୁ

ରାଜରାଜେଶ୍ୱର ବେଶରେ ଦର୍ଶନ ଦେବେ ଶ୍ରୀଜିଉ

କେବେ ଇଡ୍‌ଲିରେ ମଞ୍ଚୁରିଆନ୍‌ ଖାଇଛନ୍ତି କି?

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କାହିଁକି ବିଦା କଲା ବିଜେଡି ?

ବିନା ମାଟିରେ ଚାଷ ସମ୍ଭବ, ବିଶ୍ୱାସ ହେଉନି ? ଦେଖନ୍ତୁ ଭିଡିଓ

ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ କରିବ କଂଗ୍ରେସ

ମାସେ ପୂର୍ବରୁ ସରିଲା ଶୀତ ଅଧିବେଶନ; ଗୃହ ମୁଲତବୀକୁ କଂଗ୍ରେସ, ବିଜେପିର ବିରୋଧ

ବିଜେଡିକୁ ଜନବିରୋଧୀର ସଂଜ୍ଞା ପଚାରିଲେ ପ୍ରଦୀପଙ୍କ ପତ୍ନୀ

ପରୀ ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି

‘ମୁଁ କୌଣସି ପ୍ରକାର ଜନ ବିରୋଧୀ କାର୍ଯ୍ୟ କରି ନାହିଁ’

‘ପରୀ ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି’

You might also like