ବ୍ରିଟେନରେ ରାଜନୈତିକ ଶରଣ ନେବାକୁ ନିରବ ମୋଦିଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ : ବ୍ରିଟେନରେ ରାଜନୈତିକ  ଶରଣ ନେବା ପାଇଁ ପ୍ରସ୍ତୁତି ଚଳାଇଛି ପିଏନବି। ମହାଠକେଇ ଅଭିଯୁକ୍ତ ନିରବ ମୋଦି  ଭାରତ ଓ ବ୍ରିଟିଶ ଗୁଇନ୍ଦା ବିଭାଗ ପକ୍ଷରୁ ଏଭଳି ସୂଚନା ମିଳିଛି। ପଞ୍ଜାବ ନେସନାଲ ବ୍ୟାଙ୍କରୁ ୧୩ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗତ ଫେବ୍ରୁୟାରୀରୁ ନିରବ ମୋଦି ଫେରାର ଅଛନ୍ତି।

ତେବେ ସେ ଲଣ୍ଡନରେ ଥିବା ନେଇ ପୂର୍ବରୁ ଶୁଣିବାକୁ ମିଳିଥିଲା। ଏବେ ସେଠାରେ ରାଜନୈତିକ ଶରଣ ନେବା ଚେଷ୍ଟାରେ ରହିଥିବା ଜଣାପଡିଛି। ଗତ ମେ ମାସରେ ନିରବ ମୋଦି ସମେତ ୨୩ ଅନ୍ୟ ଅଭିଯୁକ୍ତଙ୍କ ନାଁରେ ସିବିଆଇ ୧୨ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲେ। ଏଥିରେ ନିରବଙ୍କ ସମେତ ତାଙ୍କ ମାମୁଁ ମେହୁଲ ଚୋକସି , ବାପା ଦୀପକ ମେହତା , ଭଉଣୀ ପୂର୍ବୀ ମେହତାଙ୍କ ସମେତ ଅନ୍ୟ ପରିବାର ସଦସ୍ୟଙ୍କ ନାଁ ରହିଥିଲା।

ତେବେ ଚାର୍ଜସିଟ୍ ଦାଖଲ ହେବା ପୂର୍ବରୁ ହିଁ ନିରବ ମୋଦି ଦେଶ ଛାଡି ଫେରାର ହୋଇଯାଇଥିଲେ। ସେପଟେ ନିରବଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ

ପ୍ଲେ’ ଷ୍ଟୋରକୁ ପୁଣି ଫେରିଲା Paytm

ଚୀନକୁ ଆଉଏକ ଝଟ୍‌କା, ଏହି ଦେଶରେ ବି ବ୍ୟାନ୍ ହେଲା TikTok

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ଏଣିକି କୁକୁରଙ୍କ ପାଇଁ ବ୍ଲଡ୍ ବ୍ୟାଙ୍କ୍

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ଦେଶରେ ଦିନକରେ ୯୬ହଜାର ୪୨୪ କରୋନା ଆକ୍ରାନ୍ତ ଚିହ୍ନଟ

ୱାଶ୍‌ରୁମ୍‌ରୁ ମିଳିଲା ଜଣାଶୁଣା ଫ୍ୟାଶନ୍‌ ଡିଜାଇନର୍‌ଙ୍କ ମୃତଦେହ

ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହେଲା କୃଷି ବିଲ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

You might also like