ବିଜେପୁର ବ୍ୟାଟେଲ୍

ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପଯର୍ୟନ୍ତ ଚାଲିବ।।

 

ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର ବିଜେପୁର ପାଇଁ ପ୍ରତିନିଧି ବାଛିବେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଏଥି ମଧ୍ୟରୁ ୧୫୫ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।

You might also like