ଇଭିଏମରେ ବିଜେପୁର ପ୍ରାର୍ଥୀଙ୍କ ଭାଗ୍ୟ
ବରଗଡ଼: ଗତକାଲି ବିଜେପୁର ଉପ-ନିର୍ବାଚନ ପାଇଁ ମତଦାନ ସରିବା ପରେ ଇଭିଏମ୍ ଭିତରେ ସିଲ୍ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ। ମତଦାନ ପରେ ଇଭିଏମ୍ ଗୁଡିକୁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ହୋଇଥିବା କାଉଣ୍ଟିଂ ସେଣ୍ଟରକୁ ନିଆଯାଇଛି।
ଏକ କଂପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର କଡ଼ା ପହରା ଭିତରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ ଗୁଡିକୁ ରଖାଯାଇଛି।
ଆସନ୍ତା ବୁଧବାରରେ ଭୋଟ ଗଣତି ହେବାକୁ ଥିବାବେଳେ ଫଳାଫଳ ମଧ୍ୟ ସେହିଦିନ ଘୋଷଣା କରାଯିବ। ବିଜେପୁର, ଗାଇସିଲାଟ ଓ ବରପାଲି ବ୍ଲକ ଓ ବରପାଲି ଏନଏସିର ୨୮୧ ବୁଥରେ ଭୋଟ୍ ଗ୍ରହଣ ହୋଇଥିଲା।
ନିର୍ବାଚନ ରଣାଙ୍ଗନରେ ୧୩ ଜଣ ପ୍ରାର୍ଥୀ ଥିବା ବେଳେ ବିଜେପିର ଅଶୋକ ପାଣିଗ୍ରାହୀ, ବିଜେଡିର ରୀତା ସାହୁ ଓ କଂଗ୍ରେସର ପ୍ରଣୟ ସାହୁଙ୍କ ମଧ୍ୟରେ ହୋଇଛି କଡ଼ା ଟକ୍କର।