ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ବିଜେପୁର ମୈଦାନ : ଘର ଘର ବୁଲି ପ୍ରଚାର କରୁଛନ୍ତି ହେଭିୱେଟ୍ ନେତା ଏବଂ ଷ୍ଟାର୍ ପ୍ରଚାରକ

ବରଗଡ଼ : ଉପନିର୍ବାଚନ ପାଇଁ କମ୍ପୁଛି ବିଜେପୁର ।  ୩ ପ୍ରମୁଖ ଦଳର କ୍ୟାମ୍ପେନ୍‌ରେ ଉଠୁଛି ପଡୁଛି ପ୍ରଚାର ମୈଦାନ । ବିଭିନ୍ନ ସ୍ଥାନରେ ସାଧାରଣ ସଭା ସହିତ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ହେଭିୱେଟ୍ ନେତା ଏବଂ ଷ୍ଟାର୍ ପ୍ରଚାରକ । ବିଜେଡି ନେତ୍ରୀ ରୀତା ସାହୁଙ୍କ ପାଇଁ ଗାଇସିଲାଟ ବ୍ଲକ ଅଞ୍ଚଳରେ ପ୍ରଚାର କରିଛନ୍ତି । ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ଅଭିନେତା ଅରିନ୍ଦମ ଦାସ  ଉଭୟ ଷ୍ଟାରଙ୍କ ସହ ଦଳର ବହୁ ନେତା ଓ ମନ୍ତ୍ରୀ ପ୍ରଚାରରେ ସାମିଲ ହୋଇଥିଲେ ।

ଗାଇସିଲାଟ ବ୍ଲକର ବିଭିନ୍ନ ଗାରେ ବୁଲି ପ୍ରଚାର କରିଛନ୍ତି ବିଜିଡି ନେତା । ବିଜେପୁର ବ୍ଲକରେ ବିଜେଡି ପକ୍ଷରୁ ପ୍ରଚାର କରିବେ ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ବିଧାୟକ ଆକାଶ ଦାସ ନାୟକ । ସେହିପରି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଜୁଏଲ ଗାଇସିଲଟର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି  ବିଜେପି ପକ୍ଷରୁ । ଅଭିନେତ୍ରୀ ତଥା ଦଳୀୟ ନେତା ପିଙ୍କି ପ୍ରଧାନ, ବିଜେପୁର ବ୍ଲକର ପୂର୍ଣ୍ଣା ଓ ଜାରି ଗାଁକୁ ଯାଇ ପ୍ରଚାର କରିଛନ୍ତି । ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ବିଜେପୁରରେ ଚାଲିଛି ଜୋରଦାର ପ୍ରଚାର ।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁର ପଶ୍ଚିମବଙ୍ଗରେ ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like