କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ବିଜେପୁର ଭୋଟ୍

ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପଯର୍ୟନ୍ତ ଚାଲିବ।।

ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର ବିଜେପୁର ପାଇଁ ପ୍ରତିନିଧି ବାଛିବେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଏଥି ମଧ୍ୟରୁ ୧୫୫ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।  ଏହି ବୁଥ୍ ଗୁଡିକରେ ରହିଛନ୍ତି କେନ୍ଦ୍ରରୁ ଆସିଥିବା ମାଇକ୍ରୋ ଅବଜରଭର। ଅବାଧ ଓ ମୁକ୍ତ ନିର୍ବାଚନ ଲାଗି ୧୨ଟି ସ୍କ୍ୱାଡ୍ ଓ ୪୦ଟି ମୋବାଇଲ ପାର୍ଟି ଗଠନ କରାଯବା ସହ ସମଗ୍ର ନିର୍ବାଚନ ମଣ୍ଡଳୀରେ ନିୟୋଜିତ ଅଛନ୍ତି ୫ କମ୍ପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଓ ୩୬ ପ୍ଲାଟୁନ୍ ଓଡ଼ିଶା ପୋଲିସ୍।

କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ବିଜେପୁରରେ ମୁକ୍ତ ଓ ଅବାଧ ନିର୍ବାଚନ ଲାଗି ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରିବାକୁ ବରଗଡ଼ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ମତଦାନ ସରିବା ପର୍ଯ୍ୟନ୍ତ ବିଜେପୁରର ସମସ୍ତ ହୋଟେଲ ଓ ଗେଷ୍ଟ ହାଉସରେ ଚଢାଉ ପାଇଁ ନିର୍ଦ୍ଦେଶ ହୋଇଛି।  କୌଣସି ବାହାର ଲୋକଙ୍କୁ ରହିବାକୁ ଅନୁମତି ଦିଆଯିବ ନାହିଁ । ନିର୍ବାଚନମଣ୍ଡଳୀ ସୀମା ସିଲ୍ କରାଯିବା ସହ ସମସ୍ତ ପ୍ରାର୍ଥୀଙ୍କୁ ସୁରକ୍ଷା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ୨୮ ତାରିଖରେ ଗଣତି ହୋଇ ସେହିଦିନ ଫଳ ପ୍ରକାଶ ପାଇବ।

You might also like