ବିଜୟ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ୱାର୍ଡ

ଭୁବନେଶ୍ୱର: ଆସନ୍ତା ୪ ତାରିଖ ସଂଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବାକୁଥିବା ଅଷ୍ଟମ ରୁଚି ଓଡିଆ ଫିଲ୍ମ ଫେୟାର ଆଓ୍ୱାର୍ଡରେ  ବିଶିଷ୍ଟ ସିନେ ଅଭିନେତା ବିଜୟ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆଓ୍ୱାର୍ଡ ପ୍ରଦାନ କରାଯିବ।

ଏହା ସହିତ ଆଇକନ ଅଫ୍ ଦି ଇୟର,ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ, ଶ୍ରେଷ୍ଠ ଚଳଚିତ୍ର, ଶ୍ରେଷ୍ଠ ନିର୍ଦେଶକ ଓ ସଂଗୀତ ନିର୍ଦେଶକ, ପ୍ରଭୃତି ୨୮ ଟି ବିଭାଗ ରେ ପୁରସ୍କାର ପ୍ରଦାନ କରାଯିବ।

ଏହି କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ, କମେଡିଆନ ସୁନିଲ ପାଲ ଓ ମିସ ଏସିଆ ର ବିଜେତା ସ୍ରିଷ୍ଟି ରାଣା ଯୋଗଦେଇ କଳାକାର ମାନଙ୍କୁ ପୁରସ୍କୃତ କରିବେ।

You might also like