ବିଶ୍ୱ ସ୍ତରରେ ଭୁବନେଶ୍ୱରକୁ ଆଉ ଏକ ସଫଳତା : ବିଶ୍ୱ ସ୍ମାର୍ଟ ସିଟି ତାଲିକାର ଟପ୍ ଟ୍ୱେଣ୍ଟିରେ ଭୁବନେଶ୍ୱର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରକୁ ମିଳିଛି ଆଉ ଏକ ସଫଳତା। ସାରା ଦେଶରେ ସ୍ମାର୍ଟ ସିଟିରେ ଏକ ନମ୍ବରରେ ରହିବା ପରେ ଏବେ ବିଶ୍ୱ  ସ୍ତରୀୟ ରାଙ୍କିଙ୍ଗରେ ସ୍ଥାନ ପାଇଛି ଭୁବନେଶ୍ୱର। ବିଶ୍ୱର ୨୦ଟି ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି।

ଏହି ତାଲିକାର ୧ନମ୍ବର ସ୍ଥାନରେ ରହିଛି ସିଙ୍ଗାପୁର। ସହରର ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା, ନିରାପତ୍ତା, ଉତ୍ପାଦକତା ଭଳି ମାପକାଠିକୁ ନେଇ ଇଂଲଣ୍ଡର ଜୁନିପର ରିସର୍ଚ୍ଚ ପକ୍ଷରୁ ହୋଇଥିବା ସର୍ଭେରେ ଭାରତର ଏକମାତ୍ର ସହର ଭାବେ ଭୁବନେଶ୍ୱର ବେଷ୍ଟ ପରଫର୍ମିଙ୍ଗ ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଛି।

ଏଥିପାଇଁ ଗତକାଲି ବିଏମସି କାର୍ଯ୍ୟାଳୟରେ ସେଲିବ୍ରେସନ ଦେଖିବାକୁ ମିଳିଥିଲା। ଏହି ଖୁସି ଖବର ପରେ ବାଣ ଫୁଟାଇ ଓ କେକ୍ କାଟି ପରସ୍ପରକୁ ଅଭିନନ୍ଦନ ଦେଇଛନ୍ତି କର୍ପୋରେଟର ଓ ବିଏମସି କର୍ମକର୍ତ୍ତା।

ଦେଖନ୍ତୁ ଏହି ଭିଡ଼ିଓ-

You might also like