ଆସନ୍ତାକାଲି BMC କର୍ମଚାରୀଙ୍କ ଛୁଟି ବାତିଲ୍
ଭୁବନେଶ୍ୱର : ଆସନ୍ତାକାଲି BMC କର୍ମଚାରୀଙ୍କ ଛୁଟି ବାତିଲ୍ । ପ୍ରବଳ ବର୍ଷାର ସମ୍ଭାବନା ଦୃଷ୍ଟିରୁ BMC କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି BMC କର୍ତ୍ତୃପକ୍ଷ। ଆସନ୍ତା କାଲି ରବିବାର ଥିବାରୁ ସମସ୍ତଙ୍କର ଛୁଟିଦିନ ଥିଲା , ହେଲେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଛୁଟି ବାତିଲ୍ କରାଯାଇଛି।
ଆଞ୍ଚଳିକ ପାଣିପାଗ ବିଭାଗ ମଧ୍ୟ ସତର୍କ ସୂଚନା ଜାରି କରିଛି। ଆଜି ରାତିରେ ମଧ୍ୟ ପ୍ରବଳ ମାତ୍ରାରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ଅଛି ।