ଲୋକଙ୍କ ପସନ୍ଦର ବାସୋପଯୋଗୀ ସହର ତାଲିକାରେ ୧୮ତମ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସ୍ମାର୍ଟ ଲୁକ୍, ସ୍ମାର୍ଟସିଟି ମନ୍ଦିରମାଳିନୀ ଏଇ ସହର ମୁକୁଟରେ ଏବେ ଲାଗିଛି ଆଉ ଏକ ପର ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ। ଅର୍ଥାତ ଲୋକଙ୍କ ପସନ୍ଦର ବାସପଯୋଗୀ ସହର ତାଲିକାରେ ଦେଶର ବଡ଼ ବଡ଼ ସହରକୁ ବହୁ ପଛରେ ପକାଇ ଦେଇଛି ଭୁବନେଶ୍ୱର। ୧୧୧ ସହରକୁ ନେଇ ହୋଇଥିବା ସୂଚୀରେ ୧୮ତମ ସ୍ଥାନରେ ରହିଛି ଭୁବନେଶ୍ୱର। ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ୧୧୧ ସହରର ସଂସ୍ଥାଗତ, ସାମାଜିକ ବ୍ୟବସ୍ଥା, ଅର୍ଥନୀତି ଓ ଭିତ୍ତିଭୂମିକୁ ନେଇ ହୋଇଥିବା ପ୍ରତିଯୋଗିତାରୁ ଭୁବନେଶ୍ୱରକୁ ମିଳିଛି ଏଇ ସଫଳତା।

ଶିକ୍ଷାରେ ୧୧ ନମ୍ବର, ସୁରକ୍ଷା ଓ ନିରାପତ୍ତାରେ ୧୭ ନମ୍ବର, ପାଓ୍ୱାର ସପ୍ଲାଇ କ୍ଷେତ୍ରରେ ୪୦, ସ୍ୱାସ୍ଥ୍ୟରେ ୫୯ ଓ ପବ୍ଲିକ୍ ଓପନ୍ ସ୍ପେଶ୍ କ୍ଷେତ୍ରରେ ଏକ ନମ୍ବର ସ୍ଥାନରେ ରହିଛି ଭୁବନେଶ୍ୱର। ପ୍ରତିଯୋଗିତାରେ ପୁଣେ ୧ ନମ୍ବର ସ୍ଥାନରେ ଥିବା ବେଳେ ନୂଆଦିଲ୍ଲୀ ରହିଛି ୬୫ତମ ସ୍ଥାନରେ। ସହରାଞ୍ଚଳ ବିକାଶ ମନ୍ତ୍ରାଳୟର ଏ ନୂଆ ସାର୍ଟିଫିକେଟ୍‌କୁ ନେଇ ବିଏମ୍‌ସି ବେଶ୍ ଉତ୍ସାହିତ ଥିଲା ବେଳେ ବିରୋଧୀଙ୍କ ଅଭିଯୋଗ ଏସବୁ କାଗଜକଲମର କଥା।

ତେବେ ହାଉସିଂ, ସ୍ୱାସ୍ଥ୍ୟ, ଜମି, ୱେଷ୍ଟ ଓ୍ୱାଟର ମ୍ୟାନେଜମେଣ୍ଟ, ପାଓ୍ୱାର ସପ୍ଲାଇ ଓ ପ୍ରଦୂଷଣ କ୍ଷେତ୍ରରେ ଭୁବନେଶ୍ୱର ପ୍ରଦର୍ଶନ ଢେର ତଳେ ରହିଛି। ତେବେ ମୁଖ୍ୟତଃ ଡକ୍ୟୁମେଣ୍ଟ ପଲିସିକୁ ଆଧାର କରି ରିପୋର୍ଟଟି ପ୍ରସ୍ତୁତ କରାଯାଇଛି। ଯେଉଁଥିଲାଗି ଗ୍ରାଉଣ୍ଡ ରିପୋର୍ଟ ସଂଗ୍ରହ କରାଯାଇନଥିବା କହିଛନ୍ତି ଅର୍ବାନ୍ ପ୍ଲାନର। ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସରେ ଭୁବନେଶ୍ୱର ୧୮ ନମ୍ବରରେ ଥିବା ବେଳେ ରାଉରକେଲା ସହରକୁ ମିଳିଛି ୮୭ତମ ସ୍ଥାନ।

You might also like