ରଣାଙ୍ଗନ ପାଲଟିଲା ରଥଖଳା

ପୁରୀ : ପୁରୀରେ ରଥ ନିର୍ମାଣ କରୁଥିବା ଭୋଇ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ପିଟାପିଟି। ଏଥିରେ ବାଲେଶ୍ୱରରୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ସେପଟେ ଶ୍ରଦ୍ଧାଳୁଙ୍କ ଆକ୍ରମଣରେ ଭୋଇ ସେବାୟତଙ୍କ ନାକ ଫାଟି ଯାଇଥିବା ଅଭିଯୋଗ ହୋଇଛି।

ଏନେଇ ପୁରୀ ସିଂହଦ୍ୱାର ଥାନାରେ ଉଭୟ ପକ୍ଷ ଏତଲା ଦେଇଛନ୍ତି। ବାଲେଶ୍ୱର ଅଞ୍ଚଳରୁ ଡାଲଟନ ନାମକ ଯୁବକ ତାଙ୍କ ପରିବାର ଓ ସାଙ୍ଗସାଥୀଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀ ଆସିଥିଲେ। ତେବେ ରଥଖଳା ନିକଟରେ ଛିଡ଼ା ହୋଇଥିବାବେଳେ କୌଣସି କାରଣରୁ ତାଳଧ୍ୱଜ ରଥ ଭୋଇ ସେବାୟତ ବିଶ୍ୱନାଥ ଭୋଇଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପରସ୍ପର ପିଟାପିଟି ହୋଇଥିବା କୁହାଯାଉଛି। ତେବେ ଭୋଇ ସେବାୟତ ଡାଲଟନଙ୍କ ମୁଣ୍ଡକୁ ପଥରରେ ଛେଚି ଦେଇଥିବା ଅଭିଯୋଗ ହୋଇଛି।

ସେପଟେ ଯୁବକଙ୍କ ମାଡ଼ରେ ଭୋଇ ସେବାୟତ ବିଶ୍ୱନାଥ ଭୋଇ ମଧ୍ୟ ଆହତ ହୋଇଛନ୍ତି। ସିଂହଦ୍ୱାର ପୋଲିସ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ କରୁଛି।

 

 

You might also like