ମେ’ ୧ରୁ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା: ମେ’ ୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରମାନଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ଜୁଲାଇ ୩୧ ତାରିଖ ଯାଏଁ ଏହା ବନ୍ଦ ରହିବ।

ଅଣ୍ଡାଦାନ ବେଳେ କୁମ୍ଭୀରମାନେ ହିଂସ୍ର ଥାଆନ୍ତି। କୌଣସି ଅଘଟଣ ଘଟିବାକୁ ଲକ୍ଷ୍ୟ କରି ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରଖା ଯାଇଥାଏ।

ଚଳିତ ବର୍ଷ ଜାନୁଆରୀରେ ହୋଇଥିବା ଗଣନା ଅନୁସାରେ, ଭିତରକନିକାରେ ୧୬୯୮ଟି କୁମ୍ଭୀର ଅଛନ୍ତି।

You might also like