କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା: ଆସନ୍ତାକାଲି ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। ବଉଳା କୁମ୍ଭୀରଙ୍କ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ମେ’ ୧ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିଥିଲା।

ଅଣ୍ଡାଦାନ ବେଳେ କୁମ୍ଭୀରମାନେ ହିଂସ୍ର ଥାଆନ୍ତି। କୌଣସି ଅଘଟଣ ଘଟିବାକୁ ଲକ୍ଷ୍ୟ କରି ପ୍ରାଣୀ ଉଦ୍ୟାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ପ୍ରତିବର୍ଷ ଏହି ସମୟରେ ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରଖା ଯାଇଥାଏ।

ଚଳିତ ବର୍ଷ ଜାନୁଆରୀରେ ହୋଇଥିବା ଗଣନା ଅନୁସାରେ, ଭିତରକନିକାରେ ୧୬୯୮ଟି କୁମ୍ଭୀର ଅଛନ୍ତି।

You might also like