ଆସନ୍ତା ୧୦ରେ ଭାରତ ବନ୍ଦ

ନୂଆଦିଲ୍ଲୀ: ତେଲ ଦରକୁ ବିରୋଧ କରି ଆସନ୍ତା ୧୦ ତାରିଖ ଦିନ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏନେଇ ଗତକାଲି ଦଳର ନେତାମାନେ ଏକ ସାମ୍ବାଦିକ ସମ୍ବିଳନୀରେ ଏହା ଘୋଷଣା କରିଛନ୍ତି। ଆନ୍ଦୋଳନରେ ସାମିଲ ହେବାପାଇଁ ଅନ୍ୟ ଦଳ ଓ ବିଭିନ୍ନ ସଂଗଠନକୁ ମଧ୍ୟ ଆହ୍ୱାନ କରାଯାଇଛି।

ଏହି ଆନ୍ଦୋଳନ ଦିନ ୯ଟାରୁ ଅପରାହ୍ନ ୨ଟା ୩୦ ରୁ ୩ଟା ମଧ୍ୟରେ ହେବ।

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ଦଳର ନେତାମାନେ କହିଛନ୍ତି। ଫଳରେ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଆସନ୍ତା ୧୦ ତାରିଖ ଅର୍ଥାତ୍‌ ସୋମବାର ଦିନ ଭାରତ ବନ୍ଦ ଡାକରା ଦେଇଛି ବୋଲି କଂଗ୍ରେସ ନେତା ରଣଦୀପ ସିଂ ସୁରେଜ୍‌ୱାଲା କହିଛନ୍ତି।

ତୈଳଦର ବୃଦ୍ଧିକୁ ପ୍ରୋତ୍ସାହିତ କରାଯାଇ ୧୧ଲକ୍ଷ କୋଟି ଟଙ୍କା ଲୁଟ୍‌ କରାଯାଇଛି। ସରକାର ରାଜ୍ୟଗୁଡ଼ିକରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରୁ ଉତ୍ପାଦ ଶୁଳ୍କ ଓ ଅତ୍ୟଧିକ ଭାଟ୍‌ କମାଇ ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରିବାକୁ ସୁରେଜ୍‌ୱାଲା କହିଛନ୍ତି। ଫଳରେ ସାଧାରଣ ଲୋକେ ଏଥିରେ ଉପକୃତ ହେବେ।

You might also like