• translate
Odishatv Bureau

ଭଦ୍ରକ: ଆର୍ଥିକ ଅଭାବରୁ ସୃଷ୍ଟି ହେଲା ସୁଯୋଗ । ବାଇକ୍ ନ ଥିବାରୁ ସାଇକେଲକୁ ବନାଇଲେ ଅଟୋମେଟେଡ୍ ସୋଲାର ସାଇକେଲ। ନିଜର ଜ୍ଞାନ ଏବଂ ପରିଶ୍ରମ ବଳରେ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ କୁଲଣା ଗାଁର ରାକେଶ ନାୟକ ତିଆରି କରଛନ୍ତି ଏହି ସୋଲାର ସାଇକେଲ। ଏକ ବ୍ୟାଟେରୀ, ମୋଟର ଏବଂ ସୋଲାର ପ୍ୟାନେଲ ସାହାଯ୍ୟରେ ତିଆରି ହୋଇଥିବା ଏହି ସାଇକେଲର ଘଣ୍ଟା ପ୍ରତି ବେଗ ରହିଛି ୩୦ କିଲୋମିଟର। ସବୁଠାରୁ ବଡକଥା ହେଲା ଏହା ସମ୍ପୂର୍ଣ୍ଣ ଇକୋ ଫ୍ରେଣ୍ଡଲି ଆଉ ଖର୍ଚ୍ଚ ହୋଇଛି ମାତ୍ର ୧୨ ହଜାର ଟଙ୍କା ।

୨୦୧୫ ମସିହାରେ ରାକେଶ ଇଞ୍ଜିନିୟରିଂ ପାସ କରିବା ପରେ ଅଭାବୀ ପରିବାରର ବୋଝକୁ ନିଜ କାନ୍ଧରେ ବୋହି ନେବା ପାଇଁ ଅଣ୍ଟା ଭିଡିଥିଲେ। ସେଥିପାଇଁ ତାଙ୍କୁ ଚାକିରୀ ସନ୍ଧାନରେ ଏଣେ ତେଣେ ଦୌଡିବାକୁ ପଡୁଥିଲା। ଚାକିରି ଖୋଜିବାକୁ ଗଲାବେଳେ ବାପାଙ୍କ ବାଇକ ବ୍ୟବହାର କରୁଥିଲେ ରାକେଶ। ତେବେ ପରିବାରର ଆର୍ଥିକ ଅବସ୍ଥା ସ୍ୱଛଳ ନ ଥିବାରୁ ପୁଅର ବାଇକ୍ ବ୍ୟବହାରରେ ବିରକ୍ତି ପ୍ରକାଶ କରୁଥିଲେ ବାପା। ଆଉ ତା’ ପରଠୁ ରାକେଶ ଆରମ୍ଭ କରିଦେଇଥିଲେ ଯୋଜନା । ବାପା ବିରକ୍ତ ହେଉଥିବାରୁ ସୋଲାର ସାଇକେଲ ତିଆରି କରିବାକୁ ସ୍ଥିର କରି କାମରେ ଲାଗି ପଡ଼ିଥିଲେ ରାକେଶ।

Other Stories