ଆଧ୍ୟାତ୍ମିକ ଧର୍ମଗୁରୁ ଭାୟୁଜୀ ମହାରାଜଙ୍କ ଆତ୍ମହତ୍ୟା

ଇନ୍ଦୋର: ଆଧ୍ୟାତ୍ମିକ ଧର୍ମଗୁରୁ ତଥା ମଧ୍ୟପ୍ରଦେଶ ସରକାରରେ ନିକଟରେ ରାଷ୍ଟ୍ରମନ୍ତ୍ର୍ରୀ ପଦ ପାଇଥିବା ଭାୟୁଜୀ ମହାରାଜ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପଚାଶ ବର୍ଷ ବୟସ୍କ ଏହି ଧର୍ମଗୁରୁ ମାନସିକ ଚାପଗ୍ରସ୍ତ ଥିଲେ ବୋଲି କୁହାଯାଉଛି ।ତାଙ୍କର ଏକ ସୁଇସାଇଡ ନୋଟ ପୋଲିସ ଉଦ୍ଧାର କରିଛି।ମୋ ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି ବୋଲି ସୁଇସାଇଡ ନୋଟରେ ସେ ଉଲ୍ଲେଖ କରିଛନ୍ତି ।

ଇନ୍ଦୋରର ମୁମ୍ବାଇ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ଅଣାଯାଇଥିଲା। ସେ ଆତ୍ମହତ୍ୟା କରିଥିବା ସ୍ଥାନୀୟ ପୋଲିସ ଅଫିସର ଜୟନ୍ତ ରାଥୋଡ କହିଛନ୍ତି । ପୋଲିସ ସୁଇସାଇଡ ନୋଟ ଓ ପିସ୍ତଲ ଜବତ କରିଛି ।

You might also like
Comments
Loading...