ଭଦ୍ରକ ଡବଲ୍‌ ମର୍ଡର ଘଟଣାର ନୂଆ ଟ୍ୱିଷ୍ଟ୍‌, ମୁହଁ ଖୋଲିଲା ଅଭିଯୁକ୍ତ

ଭଦ୍ରକ: ପୁରୁଣା ରାଗ ସୁଝାଇବାକୁ ଯାଇ ଦୁଇ ଦୁଇ ଜଣଙ୍କୁ ହତ୍ୟା। ଧରମ ମାଆ ଓ ବାପାଙ୍କୁ ହତ୍ୟା କଲା ଧରମ ପୁଅ। ଭଦ୍ରକ ଧାମନଗରରେ ଗତକାଲି ଘଟିଥିବା ଡବଲ ମର୍ଡର ଘଟଣାରେ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛି ଅଭିଯୁକ୍ତ ବବୁଆ ମହାନ୍ତି।

ବବୁଆ କହିଛି ରବୀନ୍ଦ୍ର ବେଉରିଆ, ତାଙ୍କ ପତ୍ନୀ ଓ ଝିଅକୁ ମାରିବାକୁ ସେ ଦୀର୍ଘ ଦିନ ଧରି ଯୋଜନା  କରିଥିଲା। ତେବେ ସୁଯୋଗ ଅଭାବରୁ ଏପରି କରି ପାରୁନଥିଲା। ହେଲେ ରବିବାର ରାତିରେ ସେ ତା ଯୋଜନାକୁ ଚୂଡାନ୍ତ ରୂପ ଦେଇଥିବା ସେ କହିଛି।

ସେ କହିଛି,“ରବୀନ୍ଦ୍ର ବେଉରିଆ, ତାଙ୍କ ପତ୍ନୀ ଓ ଝିଅକୁ ମାରିବାକୁ ମୁଁ ପିଲାଟି ଦିନରୁ ପ୍ଲାନ୍  କରିଥିଲି। ସେମାନେ ଆମ ଘର ଲୋକଙ୍କ  ପ୍ରତି ବହୁତ ଅତ୍ୟାଚାର, ଅନ୍ୟାୟ କରିଛନ୍ତି। ଛୋଟ ଥିବା ବେଳେ ଖାଇବା ପି‍ଇବା ଦେବାରେ ଟିକିଏ ଡେରି ହେଲେ ଆମକୁ ମାରୁଥିଲେ। ମୋ ମାଆ ପେଟରେ ଶାବଳ ପକାଇ ଚଢ଼ିଯାଉଥିଲେ। ସେବେଠାରୁ ଏମାନଙ୍କୁ ହତ୍ୟା କରିବାକୁ ମୁଁ ମନେମନେ ସ୍ଥିର କରି ନେଇଥିଲି।”

ପ୍ରଥମେ ରବୀନ୍ଦ୍ରଙ୍କ ହାତ ଗୋଡ଼ ବାନ୍ଧି କେନାଲରେ ଫିଙ୍ଗି ଦେବା ପରେ ଭକ୍ତିଲତାଙ୍କୁ ହତ୍ୟା କରିଥିଲା ପରେ ଝିଅକୁ ମାରିବାକୁ ଉଦ୍ୟମ କରୁଥିଲେ ବି ସୌଭାଗ୍ୟକ୍ରମେ ସେ ବଞ୍ଚି ଯାଇଥିବା କହିଛି ଅଭିଯୁକ୍ତ। ସେପଟେ ବବୁଆକୁ ପୁଲିସ୍‌ ଆଜି ରବୀନ୍ଦ୍ରଙ୍କ ମୃତଦେହ ମିଳିଥିବା କାଳିତ୍ରା ନିକଟରେ ଏକ ନାଳ ପାଖକୁ ନେଇ ଘଟଣାରେ ଛାନଭିନ୍ କରୁଛି।

ଗତକାଲି ବିଳମ୍ବିତ ରାତିରେ ବବୁଆକୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଭଦ୍ରକ ପୁଲିସ୍‌ ଗିରଫ କରିଥିଲା। ପରେ ତା’ର ବୟାନ ଆଧାରରେ ଆଜି ନିଖୋଜ ଥିବା ରବୀନ୍ଦ୍ରଙ୍କ ମୃତଦେହକୁ ଠାବ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ବଦଳିବ ଭୁବନେଶ୍ୱର ମାନଚିତ୍ରର ରୂପରେଖ, ୩ଟି ଜୋନକୁ ନେଇ ହେବ ଐତିହ୍ୟ ଜିଲ୍ଲା

ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ?

ରାଜ୍ୟର ସବୁ କୋଭିଡ୍‌ ହସ୍ପିଟାଲରେ ହେଲ୍‌ପ ଡେସ୍କ ବାଧ୍ୟତାମୂଳକ

ଦିନକରେ ୩୮୩୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କରୋନା ଆକ୍ରାନ୍ତ ଗର୍ଭବତୀ କେମିତି ନେବେ ଯତ୍ନ? ପରାମର୍ଶ ଦେଲେ ବିଶେଷଜ୍ଞ

ନିଜ କର୍ମଚାରୀଙ୍କୁ ଚିହ୍ନଟ କରିପାରୁନି କି ପୋଲିସ?

ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମଡିଙ୍କୁ ସମନ

ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୩୪୫ ପଜିଟିଭ୍ ଚିହ୍ନଟ

ଏଥର କେମିତି ବସିବ ବିଧାନସଭାର ମୌସୁମୀ ଅଧିବେଶନ, ଜାଣନ୍ତୁ

+୨ ନାମ ଲେଖା ଅବଧି ବଢ଼ିଲା

ଚାହୁଁ ଚାହୁଁ ଜଳିଗଲା ଚଳନ୍ତା କାର୍

ଘରୁ ମିଳିଲା ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ

You might also like