ଅବ୍ୟବସ୍ଥା ମଧ୍ୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ। ଦୂରଦୁରାନ୍ତରୁ ଆସୁଥିବା ରୋଗୀଙ୍କୁ ନା ମିଳୁଛି ଆବଶ୍ୟକୀୟ ଚିକିତ୍ସା ନା ଆନୁସଙ୍ଗିକ ସୁବିଧା ସୁଯୋଗ। ଏନେଇ ବାରମ୍ବାର ଅଭିଯୋଗ ପରେ ବି ପରିସ୍ଥିତିରେ ସୁଧାର ଆସୁ ନ ଥିବାବେଳେ ଜନ ଅସନ୍ତୋଷ ବଢି ବଢି ଚାଲିଛି।

ବାହାର ଭିତର ସବୁଠି ରୋଗୀ ହାଉଜାଉ। କିନ୍ତୁ ଚିକିତ୍ସା ପାଇଁ ନା ଅଛନ୍ତି ଆବଶ୍ୟକୀୟ ଡାକ୍ତର ନା ଅଛି ସରଞ୍ଜାମ। ଅଲଟ୍ରା ସାଉଣ୍ଡ ରୁମ୍ ରେ ଝୁଲୁଛି ତାଲା। ଟ୍ରମା କେୟାରରେ ଅତ୍ୟାଧୁନିକ ଯନ୍ତ୍ରପାତି ଖାଉଛି ଖତ। ପୁଣି ବେଡ୍ ନ ପାଇ ରୋଗୀ କେଉଁଠି ବାରଣ୍ଡା ତ ଆଉ କେଉଁଠି ପାଇଖାନା ପାଖରେ ଜମାଇଛନ୍ତି ଆସ୍ଥାନ। ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଏଭଳି ଘଟଣା ଦେଖିବାକୁ ମିଳିଛି।

ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଏହି ସରକାରୀ ହସ୍ପିଟାଲ ଉପରେ ନିର୍ଭର କରୁଥିବାବେଳେ ଏଭଳି ଦୁରବସ୍ଥା ପାଇଁ ରୋଗୀ ହଇରାଣ ହେଉଥିବା ଅଭିଯୋଗ ହୋଇଛି।

ମେଡିସିନ୍, ରେଡିଓଲୋଜି ଏବଂ ଇଏନ୍‌ଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର, ଷ୍ଟାଫ୍ ନର୍ସ ଏବଂ କର୍ମଚାରୀଙ୍କ  ଅଭାବ ଲୋକଙ୍କୁ ନିରାଶ କରିଛି। ସେପଟେ ୬୬ ଜଣ ଡାକ୍ତରଙ୍କ ବଦଳରେ ମାତ୍ର ୩୪ ଜଣ ଡାକ୍ତର ଅଛନ୍ତି। ଏନେଇ ସିଡିଏମଓଙ୍କ କହିବା କଥା, ସମସ୍ୟା ନେଇ ସରକାରଙ୍କୁ ଜଣାଇଛୁ, ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ।

ରୋଗୀ ସଂଖ୍ୟା ବଢୁଥିବାବେଳେ ଡାକ୍ତର ଅଭାବ ସମସ୍ୟାକୁ ଦ୍ୱିଗୁଣିତ କରିଛି। ଶୀଘ୍ର ଏନେଇ ପଦକ୍ଷେପ ନେଇ ପାରିଲେ ଉପକୃତ ହେବେ ବୋଲି ଆଶା ରଖିଛନ୍ତି ଲୋକେ।

ଆହୁରି ପଢ଼ନ୍ତୁ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

ବଲିଉଡ୍ କୋରିଓଗ୍ରାଫର ଏବେ ଚା’ ଦୋକାନୀ

୬୨ତମ ଜନ୍ମଦିନରେ ଦୌଡ଼ିଲେ ୬୨.୪ କିଲୋମିଟର୍

You might also like