କୋର୍ଟରେ ହାଜର ହେଲା ଅଭିଯୁକ୍ତ ବବୁଅା
ଭଦ୍ରକ ଡବଲ ମର୍ଡର
ଭଦ୍ରକ : ଭଦ୍ରକ ତାଳସିଠା ଜଘନ୍ୟ ଡବଲ ମର୍ଡର ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବବୁଅା ମହାନ୍ତିକୁ ଅାଜି କୋର୍ଟରେ ହାଜର କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାକୁ ଭଦ୍ରକ ଏଡିଜେ କୋର୍ଟରେ ହାଜର କରାଯାଇଛି।
ବବୁଅାକୁ ପୁଲିସ୍ ରିମାଣ୍ଡରେ ନେବାର ସମ୍ଭାବନା ଅଛି। ଯେଉଁ କାରଣ ପାଇଁ ଧରମ ବାପା ମାଅାଙ୍କୁ ହତ୍ୟା କରିଥିବା କଥା ବବୁଅା କହିଥିଲା, ତାହା ମନଗଢ଼ା ବୋଲି ପୁଲିସ୍ କହିଥିଲା। ତେଣୁ ରିମାଣ୍ଡରେ ତାକୁ ନେଇ ଜେରା କରି ସତ ଉଗାଳିବାକୁ ପୁଲିସ ଚେଷ୍ଟା କରିବ।
ଧାମନଗର ତାଳସିଠାର ରବି ବେଉରିଅାଙ୍କୁ ହତ୍ୟା କରିବା ପରେ ତାଙ୍କ ଘରକୁ ଯାଇ ରବିଙ୍କ ସ୍ତ୍ରୀ ଭକ୍ତିଲତାଙ୍କୁ ମଧ୍ୟ ଶିଳପୁଅାରେ ଛେଚି ହତ୍ୟା କରିଥିଲା ବବୁଅା ମହାନ୍ତି। ଏହା ସହିତ ରବିଙ୍କ ଝିଅକୁ ଦୁଷ୍କର୍ମ କରି ହତ୍ୟା କରିବାର ଯୋଜନା କରିଥିଲା।
ତେବେ କେହି ଜଣେ ଅାସିଯିବାରୁ ହାତଗୋଡ଼ ବାନ୍ଧି ଫେରାର ମାରିଥିଲା ବବୁଅା। ତାକୁ ଭୁବନେଶ୍ୱରରୁ ଗିରଫ କରାଯାଇଥିଲା।