ହୋଟେଲ୍‌ ରୁମ୍‌ରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

କୋଲକାତା: ବେଙ୍ଗଲୀ ଟିଭି ଓ ଫିଲ୍ମ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସନ୍ଦେହଜନକ ମୃତ୍ୟୁ।  ଗତକାଲି ସନ୍ଧ୍ୟାରେ ପଶ୍ଚିମବଙ୍ଗ ସିଲିଗୁଡ଼ି ସ୍ଥିତ ଏକ ହୋଟେଲ ରୁମ୍‌ରୁ ପାୟଲଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ତାଙ୍କର ମୃତ୍ୟୁର କାରଣ ସମ୍ପର୍କରେ ସବିଶେଷ ଜଣାପଡ଼ିନାହିଁ।

ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅଭିନେତ୍ରୀ ପାୟଲ ହୋଟେଲ୍‌ ରୁମ୍‌ ବୁକ୍‌ କରିଥିଲେ। ଗତକାଲି ତାଙ୍କୁ ଗ୍ୟାଙ୍ଗଟକ୍‌ ଯିବାର ଥିଲା। କିନ୍ତୁ ସେ ଚେକ୍‌ ଆଉଟ୍‌ ନ କରିବାରୁ ହୋଟେଲ୍‌ ଷ୍ଟାଫ୍‌ ତାଙ୍କ ରୁମ୍‌କୁ ବାରମ୍ବାର ବାଡ଼େଇଥିଲେ। ଭିତରପଟୁ କୌଣସି ଉତ୍ତର ନମିଳିବାରୁ କବାଟ ଭାଙ୍ଗି ହୋଟେଲ୍‌ ଷ୍ଟାଫ୍‌ ରୁମ୍‌ ଭିତରକୁ ପ୍ରବେଶ କରିଥିଲେ।

ପୁଲିସ୍‌ ତାଙ୍କ ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି କୁହାଯାଉଛି।

ପାୟଲଙ୍କୁ ବିଭିନ୍ନ ସିରିଅଲ୍‌ ଓ ଫିଲ୍ମରେ ଦେଖିବାକୁ ମିଳିଛି। ସେ ତାଙ୍କର ନୂଆ ଶୋ’ “Chokher Tara Tui” and “Goenda Ginni”ରେ ଅଭିନୟ ଆରମ୍ଭ କରିଥିଲେ। ନିକଟରେ ସେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ।

ତାଙ୍କର ଗୋଟିଏ ପୁଅ ଅଛି। ନିକଟରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏଥିପାଇଁ ସେ ଵିଷାଦରେ ରହୁଥିଲେ ବୋଲି ଶୁଣିବାକୁ ମିଳୁଛି।

ପାୟଲଙ୍କ ମୃତ୍ୟୁକୁ ନେଇ କୋ-ଷ୍ଟାର ଓ ଅନ୍ୟ କଳାକାରଙ୍କୁ ଏକ ଝଟ୍‌କା ଲାଗିଛି।

You might also like