ରାଜଧାନୀରେ ଗର୍ଜିଲେ ମିଳିତ BEd ଶିକ୍ଷକ ମହାସଂଘ

ଭୁବନେଶ୍ୱର : ରାଜଧାନୀରେ ରାଜରାସ୍ତାରେ ଗର୍ଜିଲେ ମିଳିତ ବିଏଡ ଶିକ୍ଷକ ମହାସଂଘ। ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶିକ୍ଷକ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଏଡ ଯୋଗ୍ୟତାଧାରୀ ଶିକ୍ଷକଙ୍କୁ ଟିଜିଟି ପଦବୀ ସହ ବିଷୟ ଭିତ୍ତିକ ଶିକ୍ଷକ ଭାବେ ନିଯୁକ୍ତି ଲାଗି ନିର୍ଦ୍ଦେଶ ରହିଛି।

ଏନେଇ ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶ ସହ ଶିକ୍ଷା ଅଧିକାର ଆଇନରେ ସ୍ଫଷ୍ଟ ହୋଇଥିଲେ ମଧ୍ୟ ତାହା ହୋଇପାରୁନି ବୋଲି ସଂଘ ଅଭିଯୋଗ କରିଛି। ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଏଡ ଡିଗ୍ରୀଧାରୀଙ୍କୁ BA ସିଟି ସହ ସମତୁଲ ଲାଗି ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି ବୋଲି ସଂଘ ଅଭିଯୋଗ ଉଠାଇଛି। କିନ୍ତୁ ଏହାକୁ ବିରୋଧ କରୁଛି ସଂଘ। ଏପଟେ ଏନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି।

You might also like