ଚୁଟି କାଟୁ କାଟୁ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର : ଆପଣ ଯଦି କୌଣସି ବିୟୁଟି ପାର୍ଲରରେ ଚୁଟି କାଟୁଛନ୍ତି ତାହେଲେ ସାବଧାନ। କାରଣ ଚୁଟି କାଟିବା ବାହାନାରେ ଆପଣଙ୍କ ଠାରୁ ବି ହୋଇପାରେ ଲୁଟ୍। ରାଜଧାନୀ ଭୁବନେଶ୍ୱରରେ ଆଜି ଏମିତି ଏକ ପାର୍ଲର ମାଲିକାଣୀ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ସହିଦ ନଗର ପୋଲିସ।

ଗିରଫ ମାଲିକାଣୀ ଜଣେ ସିରିଏଲ୍ ଅଭିନେତ୍ରୀ ବୋଲି ଜଣାପଡିଛି। ସୂଚନା ଅନୁସାରେ ଜଣେ ମହିଳା ବାଣୀବିହାର ଅଂଚଳରେ ଥିବା ଏକ ବିୟୁଟି ପାର୍ଲରକୁ ଚୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀ ସଂପୃକ୍ତ ମହିଳାଙ୍କ ଦେହରେ ଆପ୍ରନ ପକାଇ ଚୁଟି କାଟିଥିଲେ। ତେବେ ଚୁଟି କାଟି ସାରିବା ପରେ ତାଙ୍କ ବେକରେ ସୁନା ଚେନ୍ ନଥିବା ଅଭିଯୋଗ କରିଥିଲେ ମହିଳା।

ଏନେଇ କର୍ମଚାରୀ ଜଣଙ୍କ ଯୁକ୍ତି କରିବା ପରେ ମହିଳା ଜଣଙ୍କ ପୋଲିସରେ ଏତଲା ଦେଇଥିଲେ।  ଘଟଣା ନେଇ ପୋଲିସ ଖୋଳତାଡ ଆରମ୍ଭ କରିବା ସହ ବିୟୁଟି ପାର୍ଲରରୁ ଚେନ୍ ଉଦ୍ଧାର କରିଥିଲା। ପୂର୍ବରୁ ମଧ୍ୟ ଉକ୍ତ ପାର୍ଲରରୁ ଜଣେ ମହିଳାଙ୍କ ସୁନା କାନ ଫୁଲ ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।

You might also like