ବିଡିଓଙ୍କୁ ତାଲା ପକାଇଲେ ବିଜେଡି ନେତା

ଫୁଲବାଣୀ: ବିଜେଡି ନେତାଙ୍କ ଦବଙ୍ଗଗିରି। ଜଣେ ବିଜେଡି ନେତା ବିଡିଓଙ୍କୁ କାର୍ଯ୍ୟାଳୟ ଭିତରେ ତାଲା ପକାଇବା ସହ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ସାଂଘାତିକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲାରୁ। କୋଟଗଡ଼ ବ୍ଲକର ବିଡିଓ ହୃଦ ରଞ୍ଜନ ସାହୁ ଏହି ଅଭିଯୋଗ କରିଛନ୍ତି । କନ୍ଧମାଳ ସାଂସଦଙ୍କ ପ୍ରତିନିଧି ତଥା କୋଟଗଡ଼ର ବିଜେଡି ନେତା ମନୋଜ କୁମାର ସାବତଙ୍କ ବିରୋଧରେ ସେ ଏହି ଅଭିଯୋଗ କରିଛନ୍ତି।

ବିଡିଓ ହୃଦ ରଞ୍ଜନ ସାହୁ ଅଭିଯୋଗ କରିଛନ୍ତି ଯେ, ମନୋଜ ତାଙ୍କ କାର୍ଯ୍ୟାଳୟରେ ପଶି ଜୋର୍ ଜବରଦସ୍ତ ଦୁଇଟି କାମ ପାଇଁ ୬ ଲକ୍ଷ ଟଙ୍କାର ବିଲ୍ କରାଇ ଦେବାକୁ ଚାପ ପକାଇଥିଲେ। ତେବେ କାର୍ଯ୍ୟର ତଦାରଖ କରି ନଥିବାରୁ ବିଲ୍ କରିବାକୁ ସେ ମନା କରି ଦେଇଥିଲେ। ଦୁଇ ଦିନ ଭିତରେ କାର୍ଯ୍ୟର ତଦାରଖ କରି ବିଲ୍ କରି ଦେବେ ବୋଲି ସେ କହିଥିଲେ। କିନ୍ତୁ ମନୋଜ ତାଙ୍କୁ ତୁରନ୍ତ ବିଲ୍ କରିବାକୁ କହିଥିଲେ ଓ ପାଟିତୁଣ୍ଡ କରିଥିଲେ। କାମ ନ ହେଲା ପର୍ଯ୍ୟନ୍ତ ହଲାଇ ଦେବେନି ବୋଲି କହିଥିଲେ। ତା’ପରେ ମନୋଜ ତାଙ୍କ ଅଫିସ୍‌ର ସିସିଟିଭି କ୍ୟାମେରାକୁ  ବନ୍ଦ କରି ଦେଇ ତାଙ୍କୁ ତାଲା ପକାଇ ଦେଇଥିଲେ। ଏହା ସହ ତାଙ୍କୁ ଧମକ ମଧ୍ୟ ଦେଇଥିଲେ ବୋଲି ବିଡିଓ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ବିଡିଓଙ୍କ ଅଫିସ୍‌ରେ ଏହି ଘଟଣା ଘଟିଥିଲା। ଏହି ଘଟଣା ସଂପର୍କରେ ବିଡିଓ ହୃଦ ରଞ୍ଜନ ସାହୁ ଜିଲ୍ଲାପାଳ ଡି. ବୃନ୍ଦାଙ୍କୁ ଅବଗତ କରାଇଛନ୍ତି।

ତେବେ ଏହି ଅଭିଯୋଗ ସମ୍ପର୍କରେ ମନୋଜ କୁମାର ସାବତ କହିଛନ୍ତି,“ବିଡିଓ ସଂପୂର୍ଣ୍ଣ ମିଛ କହୁଛନ୍ତି।”

ଅନ୍ୟପକ୍ଷରେ, ଏହି ଘଟଣା ସଂପର୍କରେ ବିଡିଓ ହୃଦାରଂଜନ ସାହୁ ଜିଲ୍ଲାପାଳ ଡ଼ା. ବୃନ୍ଦା ଡ଼ିଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ ମଧ୍ୟ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ଜିଲ୍ଲାପାଳ।

ଆହୁରି ପଢ଼ନ୍ତୁ

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

You might also like