ସମସ୍ୟା ଘେରରେ କଟକ ଜିଲ୍ଲାର ବାଙ୍କୀ ବସଷ୍ଟାଣ୍ଡ

ବାଙ୍କୀ : ହେବ ହେବ ବୋଲି ବିତିଗଲା ସାଢେ ୪ ବର୍ଷ। ହେଲେ ଏଯାଏଁ  ନିର୍ମାଣ ହୋଇପାରିନି ବାଙ୍କୀ ଏନଏସିରେ ନୂତନ ବସଷ୍ଟାଣ୍ଡ । ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ପରେ ଆଉ ଆଗେଇଲାନି କାମ। ଫଳରେ ମୁଖ୍ୟ ରାସ୍ତା ଏବେ ପାଲଟିଛି ବସଷ୍ଟାଣ୍ଡ। କାରଣ ଆଉ ବିକଳ୍ପ ନାହିଁ । ଭଗବାନ ଭରସାରେ ଏଠାରୁ ଯାଆ ଆସ କରୁଥିବା ଯାତ୍ରୀ ବିଶ୍ରାମ ପାଇଁ ସ୍ଥାନ ନାହିଁ । ଆ ତା ବାରଣ୍ଡା କିମ୍ବା ଦୋକାନରେ ବିଶ୍ରାମ ନେବା ଛଡା ଆଉଅ ବାଟ ନାହିଁ ।

ସେପଟେ ବାଙ୍କୀରୁ ଭୁବନେଶ୍ୱର, କଟକ, କଳାପଥର ଆଦି ସ୍ଥାନକୁ ଯାଉଥିବା ବସ୍‌ ଚଳାଚଳ କରିବାରେ ବହୁ ଅସୁବିଧା ଉପୁଜିଛି। ବାଙ୍କୀରେ ଆଧୁନିକ ବସଷ୍ଟାଣ୍ଡ ସହ ମାର୍କେଟ କମ୍ପଲେକ୍ସ ନିର୍ମାଣ କରିବା ଲାଗି  ୨୦୧୪ ଜାନୁଆରୀରେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ସେ ସମୟରେ ସ୍ଥାନ ନିରୁପଣ ହୋଇନଥିଲା ।ଏତେ ବର୍ଷ ପରେ ବି କେଉଁଠି ବସଷ୍ଟାଣ୍ଡ ହେବ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସେପଟେ ୨୦୧୫ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ତହସିଲ ଅଫିସକୁ ଚିଠି ଆସିଥିଲା । ଖୁବଶୀଘ୍ର ସ୍ଥାନ ଚିହ୍ନଟ କରି ଯୋଗାଇଯିବ ବୋଲି କହିଛନ୍ତି ତହସିଲଦାର।

ଦିନ ପରେ ଦିନ ଗଡ଼ିଚାଲିଛି ।ହେଲେ ବାଙ୍କୀବାସିନ୍ଦାଙ୍କ ସ୍ଥାୟୀ ବସ୍‌ ଷ୍ଟାଣ୍ଡ ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି। ଏବେ ନଜର କେବେ ପୂରଣ ହେଉଛି ବାଙ୍କୀବାସିଙ୍କ ସ୍ୱପ୍ନ।

 

You might also like