ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟସ୍‌ ମାଲିକଙ୍କ ଜାମିନ୍‌ ଆବେଦନ ଖାରଜ

ଭୁବନେଶ୍ୱର: ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟସ୍‌ କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କ ଜାମିନ ଆବେଦନ ଖାରଜ। ଗତକାଲି ଭୁବନେଶ୍ୱର SDJM କୋର୍ଟରେ ତାଙ୍କ ଜାମିନ ଆବେଦନ କରାଯାଇଥିବା ବେଳେ କୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।

ବମିଖାଲ ଓଭର ବ୍ରିଜ୍‌ ଦୁର୍ଘଟଣାରେ ତାଙ୍କର ସିଧାସଳଖ ସଂପୃକ୍ତି ନଥିବା ଏବଂ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ତାଙ୍କୁ ଜାମିନ ଦେବା ଲାଗି ତାଙ୍କ ଓକିଲ ନିବେଦନ କରିଥିଲେ। ତେବେ ପ୍ରତାପ କିଶୋରଙ୍କ ବିରୋଧରେ ୩୦୪ ଦଫା ଲାଗିଥିବାରୁ ଉପର କୋର୍ଟ ମାମଲାର ବିଚାର କରିବେ ବୋଲି କୋର୍ଟ କହିଥିଲେ।

ସେପଟେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ନିବେଦନ କରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଝାରପଡ଼ା ଜେଲର ଡାକ୍ତର ୭ ତାରିଖ ମଧ୍ୟରେ ଏକ ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି।

ନିର୍ମାଣାଧୀନ ବମିଖାଲ ଓଭର ବ୍ରିଜ୍‌ରେ ଦୁଇ ଦିନ ତଳେ ଦ୍ୱିତୀୟ ଥର ପାଇଁ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହେବାରୁ ଠିକାଦାରୀ ସଂସ୍ଥା ପଣ୍ଡା ଇନ୍‌ଫ୍ରା ପ୍ରୋଜେକ୍ଟସ୍‌ କମ୍ପାନୀ ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ପୋଲିସ ଗିରଫ କରିବା ପରେ ଏବେ ସେ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି।

You might also like