ଜାତୀୟ ସ୍ତରରେ ମହା ଗଠବନ୍ଧନ ସହଜ ହେବ ନାହିଁ : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଓଡ଼ିଶାରେ ବିଜେଡି ଏବେବି ସବୁଠୁ ବଡ଼ ରାଜନୈତିକ ଦଳ ହୋଇ ରହିଛି। କିଛି ବର୍ଷ ହେଲା ବିଜେପି ନିଜ କଳେବର ବୃଦ୍ଧି କରିଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନରେ ପହଞ୍ଚି ପାରିଛି। ତେବେ କଂଗ୍ରେସକୁ  ଅବଜ୍ଞା କରି ହେବ ନାହିଁ। ଗାଁ ଗାଁରେ ଦଳର ସଂଗଠନ ରହିଛି। ନୂଆ ପିସିସି ସଭାପତି ନିର୍ବାଚିତ ହେବା ପରେ ଦଳ ଉତ୍ସାହର ସହ କାମ କରୁଛି।

ଏନ୍‌ଡି ଟିଭିକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଜେଡି ଓ କେନ୍ଦ୍ରାପଡ଼ା ସାଂସଦ ପଦରୁ ଇସ୍ତଫା ଦେଇଥିବା ବୈଜୟନ୍ତ ପଣ୍ଡା। ନିଜ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ସେ  ଆଜି ବି କାର୍ଡ ଖୋଲିନାହାନ୍ତି। ସେ ନିଜ ଶୁଭେଚ୍ଛୁ, ରାଜନୈତିକ ସହଯୋଗୀ ଏବଂ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ପରାମର୍ଶ ନେଉଛନ୍ତି। ତାଙ୍କ ନିକଟରେ ରାଜନୀତି ବ୍ୟତୀତ ଅନ୍ୟ ବିକଳ୍ପ ଖୋଲାଥିବା ବୈଜୟନ୍ତ କହିଛନ୍ତି।

ସେପଟେ ଜାତୀୟ ରାଜନୀତିରେ ମହାଗଠବନ୍ଧନ ସମ୍ଭାବନା ସଂପର୍କରେ ବୈଜୟନ୍ତ କହିଛନ୍ତି ଦଳୀୟ ଆଭିମୁଖ୍ୟ, ନୀତି ଓ ସ୍ୱାର୍ଥକୁ ଛାଡି ବିରୋଧୀଙ୍କୁ ଏକଜୁଟ୍ ହେବା ସହ ମୋଦିଙ୍କ ମୁକାବିଲା ଲାଗି ଏକ ମିଳିତ ଚେହେରା ଆଣିବାକୁ ପଡିବ। ତେବେ ଏହା ଏତେ ସହଜ ନୁହେଁ ବୋଲି ସେ ମତ ଦେଇଛନ୍ତି। ତେବେ ମୋଦିଙ୍କ ବିପକ୍ଷରେ ରାହୁଲ ଉପଯୁକ୍ତ ପ୍ରାର୍ଥୀ ହେବେ ନା ନାହିଁ ପ୍ରଶ୍ନର ସେ ସିଧାସଳଖ ଉତ୍ତର ଦେଇନଥିଲେ। ଅନ୍ୟପକ୍ଷରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ, ଅବିଚାରରେ ଅତିଷ୍ଠ ହୋଇ ସେ ବିଜେଡି ଛାଡିଥିବା ଦୋହରାଇଛନ୍ତି ।

ଆହୁରି ପଢ଼ନ୍ତୁ

You might also like