ପାଣ୍ଡିଆନ୍‌ଙ୍କ ଭୂମିକା ନେଇ ସିବିଆଇ କି ଇଡି ତଦନ୍ତ ଦରକାର : ବୈଜୟନ୍ତ

ଭୁବନେଶ୍ୱର : ପୁଣି ବିଜେଡିର ଗୁମର ଖୋଲିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗନେଇ ବୈଜୟନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି ଓ ତାକୁ ନେଇ ସେ ଚିନ୍ତିତ।

ପାଣ୍ଡିଆନ୍‌ଙ୍କ ଭୂମିକା ନେଇ ସିବିଆଇ କିମ୍ବା ଇଡି ଦ୍ୱାରା ତଦନ୍ତ ହେବା ଦରକାର ବୋଲି ଦାବି କରିଛନ୍ତି ବୈଜୟନ୍ତ। ଏଥିସହିତ ବିଜେଡିରେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ, ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ଏବଂ ଓଡ଼ିଶା ତଥା ଜାତୀୟ ରାଜନୀତି ସମ୍ପର୍କରେ ଓଟିଭି ଖୋଲା କଥାରେ ମତ ରଖିଛନ୍ତି ବୈଜୟନ୍ତ।

You might also like