ବୈଜୟନ୍ତ ପଣ୍ଡା ଇସ୍ତଫା ଦେବା ପରେ…

ଭୁବନେଶ୍ୱର: ବିଜେଡ଼ିରୁ ଇସ୍ତଫା ଦେଲେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ପଣ୍ଡା ୩ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ରରେ ବୈଜୟନ୍ତ ନିଜର ନିଜ କ୍ଷୋଭ ଦର୍ଶାଇବା ସହ, ଦଳରେ ତାଙ୍କର ଅଲୋଡ଼ାପଣ ବିଷୟରେ ଉଲ୍ଲେଖ କରିଛନ୍ତି। ତା ସହ ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଶେଷଦର୍ଶନ ପାଇଁ କୌଣସି ବିଜେଡି ନେତା ନ ଆସିବା ପ୍ରସଙ୍ଗ ତାଙ୍କୁ ବାଧିଥିବା ସେ କହିଛନ୍ତି।

ବିଜେଡ଼ିରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଖବର ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଛି। ବିଭିନ୍ନ ରାଜନୈତିକ ଦଳର ନେତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ସାମ୍ବାଦିକଙ୍କ ପର୍ଯ୍ୟନ୍ତ
ଏ ସଂପର୍କରେ ସେମାନଙ୍କର ପ୍ରତିକ୍ରିୟା ଦେଇଛନ୍ତି।

ତେବେ ଜାଣନ୍ତୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫାକୁ ନେଇ କିଏ କ’ଣ ସବୁ କହିଛନ୍ତି…

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ନେଇ ବିଜେଡ଼ିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କହିଲେ, ‘ତାଙ୍କ ପିତାଙ୍କ ଦେହାନ୍ତ ହୋଇଛି, ରାଜନୈତିକ ଆଲୋଚନା ଚାହୁଁନୁ।’

‘ଇସ୍ତଫା ଦେବା ତାଙ୍କ ବ୍ୟକ୍ତିଗତ କଥା, କାହାର ଶେଷ ଦର୍ଶନକୁ କିଏ ଯିବ, ନ ଯିବ ତାଙ୍କ ନିଜ ବ୍ୟାପାର ଓ ସେମାନଙ୍କ ବିବେକ ଉପରେ ନିର୍ଭର କରେ, ଏହାକୁ ନେଇ ମୋର କିଛି କହିବାର ନାହିଁ’- ବରିଷ୍ଠ ବିଜେଡ଼ି ନେତା ଦାମୋଦର ରାଉତ

‘ଦଳର ମୁଖିଆଙ୍କ ଅଜାଣତରେ ସବୁ ଚାଲିଥିବା କୁହାଯାଇ ପାରିବନି, ପ୍ୟାରୀଙ୍କ କାଳରୁ ହିଁ ସବୁ ସଭାପତିଙ୍କ ଜାଣତରେ ଚାଲିଥିଲା। ସାଂସଦ ଭାବେ ଦାୟିତ୍ୱ ତୁଲାଇବାରେ ତ୍ରୁଟି କରି ନାହାନ୍ତି ବୈଜୟନ୍ତ ପଣ୍ଡା। ସେ ଜାତୀୟସ୍ତରରେ ଦଳ ଓ ରାଜ୍ୟର ଲୋକପ୍ରିୟତା ପାଇଁ କାର୍ଯ୍ୟ କରିଛନ୍ତି’- ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ

‘ବୈଜୟନ୍ତ ପଣ୍ଡା ବିଜେଡିର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ, ତାଙ୍କ ବାପା ସ୍ୱର୍ଗତ ବଂଶୀଧରଙ୍କ ଶେଷଦର୍ଶନକୁ ନ ଯିବା ତାଙ୍କୁ ନିଶ୍ଚିତ ଭାବେ ବାଧିଛି, ଏକ ଅଦୃଶ୍ୟ ହାତ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ଯିବାକୁ ମନା କରିଛି’ – ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ

ମାନବିକ ସୌଜନ୍ୟ ଦେଖାଇଲେନି, ନିଶ୍ଚିତ ମନ କଷ୍ଟ ହୋଇଥିବ। ଜଣେ ସ୍ୱାଭିମାନୀ ଓଡ଼ିଆ ଭାବେ ମୋ ମନକୁ କଷ୍ଟ ହେଉଛି। ତାଙ୍କ ସ୍ୱାଭିମାନ ଦୃଷ୍ଟିରୁ ସେ ଠିକ୍‌ ନିଷ୍ପତ୍ତି ନେଇଥିବା ମୋ ବିଶ୍ୱାସ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବୈଜୟନ୍ତଙ୍କ ବାପା ତଥା ସ୍ୱର୍ଗତ ବଂଶୀଧରଙ୍କ ଶେଷଦର୍ଶନ ଯାଇନଥିବା ଦଳର ଏ କି ସୌଜନ୍ୟ! ଏହା ଅତ୍ୟନ୍ତ ହାସ୍ୟାସ୍ପଦ କଥା ବୋଲି କହିଲେ ସାମ୍ବାଦିକ ରବି ଦାସ

ଆହୁରି ପଢ଼ନ୍ତୁ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା: ପୋଲିସ୍‌ କମିଶନର କହିଲେ-ତଦନ୍ତ ଠିକ୍ ଭାବେ ଚାଲିଛି

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୧୬ ଆକ୍ରାନ୍ତଙ୍କ ମୃତ୍ୟୁ

Coronavirus Updates In Odisha: ୨୪ ଘଣ୍ଟାରେ ୪,୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୫୩

ମନ୍ଦିର ରୋଷଶାଳା ନିକଟରୁ ମିଳିଲା ଯୁବକଙ୍କ ମୃତଦେହ

ପୂର୍ବତନ ମନ୍ତ୍ରୀ ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ

You might also like