କୋଟେରୀ ଦ୍ୱାରା ନିୟନ୍ତ୍ରିତ ବିଜେଡି ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜାତୀୟ ଟିଭି ଚ୍ୟାନେଲ୍‌ରେ ବୈଜୟନ୍ତଙ୍କ ବିସ୍ଫୋରକ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ।  ଟିଭି ଇଣ୍ଟରଭ୍ୟୁରେ ବୈଜୟନ୍ତ, ବିଜେଡିର ଗୁମର ଉପରୁ ପରଦା ହଟାଇଛନ୍ତି।  ଦଳ ଓ ମୁଖ୍ୟମନ୍ତ୍ରୀ କୋଟେରୀ ଦ୍ୱାରା ନିୟନ୍ତ୍ରିତ ହେଉଥିବା ସେ ଅଭିଯୋଗ କରିଛନ୍ତି। ୩ରୁ ୪ ବର୍ଷ ହେଲା ଦଳ ଓ ନେତା ସଂପୂର୍ଣ୍ଣ ଭାବେ ଏହି କୋଟେରୀ ନିୟନ୍ତ୍ରଣରେ ଥିବା ସେ କହିଛନ୍ତି।

ପରୋକ୍ଷରେ ଜୟଳଳିତା ଓ ଶଶିକଳାଙ୍କ ଉଦାହରଣ ଦେଇ ବୈଜୟନ୍ତ କହିଛନ୍ତି ଯେ, ଜଣେ ଅଫିସରଙ୍କ ବିନା ଅନୁମତିରେ କାହାକୁ ବି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଦିଆଯାଉନାହିଁ। ନବୀନ ପପେଟ୍ ମୁଖ୍ୟମନ୍ତ୍ରୀ କି  ପ୍ରଶ୍ନର  ଉତ୍ତରରେ ପାଣ୍ଡିୟାନଙ୍କ  ନାଁ ନନେଇ ବୈଜୟନ୍ତ କହିଛନ୍ତି, ଲୋକମାନେ କହୁଛନ୍ତି ସେଇ ଅଫିସର୍ ଏବେ ଛାୟା ମୁଖ୍ୟମନ୍ତ୍ରୀ। ସେ ହିଁ ଟିକେଟ ବଣ୍ଟନ ଓ ବିଜେଡି ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି। ଜଣେ ଅଫିସର ହୋଇ ସିଧାସଳଖ ରାଜନୀତିରେ ସଂଶ୍ଲିଷ୍ଟ ହେଉଥିବାରୁ ତାଙ୍କ ଭୂମିକାର ତଦନ୍ତ ହେବା ଉଚିତ୍ ବୋଲି ବୈଜୟନ୍ତ ଦାବି କରିଛନ୍ତି।

ଗତ ୪ ବର୍ଷ ହେଲା ଦଳ ନିଜ ନୀତି ଓ ଆଦର୍ଶରୁ ଦୂରେଇ ଯାଇଛି। ବିଜେଡିରେ ଏବେ ଗୁଣ୍ଡାଗର୍ଦ୍ଦି ଓ ଦୁର୍ନୀତି ଚାଲିଥିବା କହିଛନ୍ତି ବୈଜୟନ୍ତ। ତେବେ ସେ ନବୀନଙ୍କ ଶତ୍ରୁ ନୁହଁନ୍ତି ବୋଲି ସ୍ପଷ୍ଟ କରିଦେଇଛନ୍ତି। ନିଜ ଭବିଷ୍ୟତ ସଂପର୍କରେ ବୈଜୟନ୍ତ କହିଛନ୍ତି ଯେ ତାଙ୍କ ନିକଟରେ ସବୁ ବିକଳ୍ପ  ଖୋଲା ଅଛି। ଏପଟେ ବୈଜୟନ୍ତ ଆଣିଥିବା ଅଭିଯୋଗ ନିରାଧାର ବୋଲି ବିଜେଡି କହିଛି।

ବୈଜୟନ୍ତ ବିଜେଡିର ପୋଲ୍‌ ଖୋଲିବା ପରେ ଦଳର ବରିଷ୍ଠ ନେତା ଦାମୋଦାର ରାଉତ ଆଜି ପୁଣି ବାଣ ଛାଡିଛନ୍ତି। ପାଣ୍ଡିୟାନଙ୍କୁ କିରାଣି କହି ତାତ୍ସଲ୍ୟ କରିଛନ୍ତି ଦାମ। ତେବେ ପାଣ୍ଡିୟାନ୍ ଯଦି ରାଜ୍ୟକୁ ଛାରଖାର କରୁଛନ୍ତି, ତେବେ ବୈଜୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି କହିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ବୈଜୟନ୍ତଙ୍କ ବାଣ ବିଜେଡିକୁ ଘାଇଲା କରିଥିବା ବେଳେ ଦଳର ଅଧିକାଂଶ ନେତା କିନ୍ତୁ ଏହି ପ୍ରସଙ୍ଗରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି।

ଆହୁରି ପଢ଼ନ୍ତୁ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

You might also like