ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି

ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଆରା ଚା’ ଖଟି। ମାଉସୀ ମା’ ମନ୍ଦିର ଛକରେ ‘ହେଇଯାଉ’ ନାଁରେ ଏହି ଚା’ ପାର୍ଟିର ଆୟୋଜନ କରାଯାଇଥିଲା।

ଏଥିରେ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଚା’ର ମଜା ଉଠାଇଥିଲେ। ଏହି  ଅବସରରେ ସେମାନେ ବୈଜୟନ୍ତଙ୍କ ସହ ମତ ବିନିମୟ ମଧ୍ୟ କରିଥିଲେ। ଚା’ ପିଇବା ସହ ବିଭିନ୍ନ ପ୍ରସଙ୍ଗରେ ଅନୌପଚାରିକ ଆଲୋଚନା ମଧ୍ୟ ହୋଇଥିଲା।

କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ ମଧ୍ୟ ଏହି ଚା’ ଖଟିରେ ଦେଖିବାକୁ ମିଳିଥିଲା। ବିଭିନ୍ନ ବର୍ଗର ଲୋକଙ୍କ ସହ ଭାବ ବିନିମୟ ଉଦ୍ଦେଶ୍ୟରେ ଏଭଳି ଚା’ ଖଟିର ଆୟୋଜନ କରାଯାଇଥିଲା। ଆଗକୁ ଆହୁରି ବିଭିନ୍ନ ସହରମାନଙ୍କରେ ମଧ୍ୟ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ବୈଜୟନ୍ତ ପଣ୍ଡା କହିଛନ୍ତି।

You might also like