ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକକୁ ନିନ୍ଦା କଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଳାସପୁର ଜେଲ୍‌ରୁ ଜଣେ କଏଦୀର ଧମକ ଦେବା ଘଟଣାକୁ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।

ଟ୍ୱିଟ୍‌ କରି ସେ କହିଛନ୍ତି, ‘ଫୌଜଦାରୀ ବିଚାର ବ୍ୟବସ୍ଥାରେ ସଂସ୍କାର ଅଣାଯିବା ଉଚିତ। ଏଥିରେ ଜେଲ୍‌ର ସଂସ୍କାର ମଧ୍ୟ ଅନ୍ତର୍ଭୁକ୍ତ। ଏହା ସମସ୍ତଙ୍କୁ ଜଣା ଯେ, ଜେଲ୍‌ରେ ଥାଇ ବି ଅପରାଧୀମାନେ ବାହାରେ ନିଜ କାର୍ଯ୍ୟକଳାପ ଜାରି ରଖିଥାନ୍ତି। ଏସବୁ ବନ୍ଦ ହେବା ଉଚିତ୍‌’।

You might also like