ଆଜି ବାରିପଦା ଓ କେନ୍ଦ୍ରାପଡ଼ାରେ ବାହୁଡ଼ା ଯାତ୍ରା

ବାରିପଦା/କେନ୍ଦ୍ରାପଡ଼ା: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଆଜି ଓ ଆସନ୍ତାକାଲି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଆଜି ରଥାରୂଢ଼ ତିନି ଠାକୁରଙ୍କ ଛେରାପହଁରା ଓ ଅନ୍ୟାନ୍ୟ ନୀତି ସମ୍ପାଦନ ହେବ। ଏହାପରେ ଅପରାହ୍ନରେ ରଥଟଣା ହେବ। ତେବେ ପରମ୍ପରା ଅନୁଯାୟୀ, ଆଜି ଜଗନ୍ନାଥ ଓ ସୁଭଦ୍ରାଙ୍କ ରଥଙ୍କ ଟଣା ଯିବ ଏବଂ ଆସନ୍ତାକାଲି ବଳଭଦ୍ରଙ୍କ ରଥ ଟଣାଯିବ। ବାରିପଦାରେ ବାହୁଡ଼ା ଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି।

ସେହିପରି କେନ୍ଦ୍ରାପଡ଼ାର ବଳଦେବଜୀଉଙ୍କର ଆଜି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ପରେ ରଥାରୂଢ଼ କରାଯାଇଛି। ରଥକୁ ଦକ୍ଷିଣ ମୁହାଁ କରାଯାଇଛି। ପରମ୍ପରା ଅନୁଯାୟୀ, ଏଠି ଦୁଇ ଦିନ ଯାଏ ବାହୁଡ଼ା ଯାତ୍ରା ଆୟୋଜିତ ହୋଇଥାଏ।

You might also like