କେନାଲରୁ ହାତୀ ଛୁଆ ଉଦ୍ଧାର

ଆଠଗଡ଼: ଆଠଗଡ଼ ଖୁଣ୍ଟୁଣି ରେଞ୍ଜ ଖମାର ନୂଆଗାଁ କେନାଲରୁ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ହାତୀପଲ ଛୁଆଟିକୁ ଛାଡ଼ି ପାଖ ଜଙ୍ଗଲକୁ ପଳାଇ ଯାଇଥିଲେ। ଫଳରେ ଗାଁ ଲୋକେ ବିଲକୁ କାମ କରିବାକୁ ଯାଇଥିବା ବେଳେ ହାତୀ ଛୁଆକୁ ଉଦ୍ଧାର କରିଥିଲେ।

ହାତୀ ଛୁଆକୁ କାନ୍ଧେଇ କାନ୍ଧେଇ ଗାଁ ଲୋକେ ଗାଁକୁ ଆଣିଥିଲେ। ହାତୀ ଛୁଆଟିର ବୟସ ୭ମାସ ହେବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ, ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ହାତୀ ଛୁଆକୁ ନେଇ ଚିକିତ୍ସା ଲାଗି ପଠାଇଛନ୍ତି।

You might also like