କୂଅରେ ଖସି ପଡ଼ିଲା ହାତୀ ଛୁଆ
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ବାରୁଆଁ ପଞ୍ଚାୟତ ଜାମୁଝରାରେ ଥିବା ଖୋଲାକୂପ (ବାମ୍ପି)ରେ ଏକ ମାଈହାତୀ ଖସି ପଡ଼ିଛି ।
ଆହୁରି ପଢ଼ନ୍ତୁ
ଗତକାଲି ରାତିରେ ହାତୀଟି ବାମ୍ପିରେ ପଡ଼ି ଯାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି। ଉକ୍ତ ହାତୀର ବୟସ ୪ ବର୍ଷ ହେବ ବୋଲି ରେଞ୍ଜର ବିଭୂଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି।