ପିପିଲିରୁ ୧୨ଟି ନାଗ ଛୁଆ ଉଦ୍ଧାର

ପୁରୀ : ଭଦ୍ରକ ପରେ ପୁରୀ ଜିଲ୍ଳା ପିପିଲିରୁ ଉଦ୍ଧାର ହେଲା ନାଗ ସାପ । ମଙ୍ଗଳପୁର ସୁହାଗପୁର ଗାଁର ଅନାଦି ସାହୁଙ୍କ ଘରୁ ୧୨ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ସାପ ଧରାଳି ସୁଶାନ୍ତ କୁମାର ବେହେରା ସାପକୁ ଉଦ୍ଧାର କରି ନିଛାଟିଆ ଜାଗାରେ ଛାଡ଼ି ଦେଇଛନ୍ତି ।

ଉଲ୍ଲେଖନୀୟ ଯେ, ଭଦ୍ରକ ଧାମନଗରର ପାଇକ ସାହିରୁ ଛୋଟ ବଡ଼ ମିଶାଇ ୧୩୧ଟି ସାପ ଉଦ୍ଧାର କରାଯାଇଥିଲା। ଏହା ରାଜ୍ୟ ତଥା ଦେଶରେ ଖୁବ୍‌ ଚର୍ଚ୍ଚାର ବିଷୟ ସାଜିଥିଲା । ଏବେ ଏ ଘଟଣା ବିଷୟରେ ଚର୍ଚ୍ଚା ଥମି ନଥିବା ବେଳେ ପିପିଲିରୁ ନାଗ ଛୁଆ ଉଦ୍ଧାର ଏକ ରୋଚକ ଖବର ପାଲଟିଛି ।

You might also like