• translate
Odishatv Bureau

ନୂଆଦିଲ୍ଲୀ : ଯୋଗ ଗୁରୁ ବାବା ରାମଦେବଙ୍କ ନିର୍ମାଣ ହେବ ମହମ ମୂର୍ତ୍ତି। ଲଣ୍ଡନ ବିଶ୍ୱ ପ୍ରସିଦ୍ଧ ମାଡେମ୍ ତୁସାଡ୍ ମ୍ୟୁଜିୟମରେ ନିର୍ମାଣ ହେବ ରାମଦେବ ୱାକ୍ସ ମୂର୍ତ୍ତି। ଏନେଇ ଲଣ୍ଡନରେ ପହଞ୍ଚିଛନ୍ତି ଯୋଗଗୁରୁ। ପ୍ରତିମୂର୍ତ୍ତି ପାଇଁ ସବୁ ମାପଚୁପ୍ ନେଇଛନ୍ତି ମ୍ୟୁଜିୟମ୍ ଅଧିକାରୀ। ଏହି ଅବସରରେ ପ୍ରତିକ୍ରିୟା ରଖି ଖୁସି ବ୍ୟକ୍ତ କରିଛନ୍ତି ରାମଦେବ। ବିଶ୍ୱରେ ଯୋଗକୁ ନୂତନ ଦିଶା ଦେବାରେ ଏହା ସହାୟକ ହେବ। ଲୋକେ ଏହାଦ୍ୱାରା ଅନୁପ୍ରାଣିତ ହେବେ ବୋଲି କହିଛନ୍ତି ରାମଦେବ। ମାଡେମ୍ ତୁସାଡ୍ ମ୍ୟୁଜିୟମରେ ବିଶ୍ୱର ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଛି। ଭାରତରୁ ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର, ଶାହରୁଖ ଖାନ୍, ସଲମାନ୍ ଖାନ୍ ଏବଂ କଟରିନା କୈଫ୍‌ଙ୍କ ପ୍ରତିମୂର୍ତ୍ତି ରହିଛି।

Other Stories