କେନ୍ଦ୍ର ଯୋଜନାକୁ କାଉଣ୍ଟର କରି ରାଜ୍ୟ ଯୋଜନା

ଭୁବନେଶ୍ୱର: ନିର୍ବାଚନ ବର୍ଷରେ ଚାଲିଛି ଯୋଜନା ଘୋଷଣା ପ୍ରତିଯୋଗିତା। ମୋଦି କେୟାର ବା ଆୟୁଷ୍ମାନ ଭାରତ ଯୋଜନାକୁ କାଉଣ୍ଟର ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। କେନ୍ଦ୍ର ଅଗଷ୍ଟ ୧୫ ତାରିଖରରେ ଆୟୁଷ୍ମାନ୍ ଭାରତ ଯୋଜନା ଲଞ୍ଚ କରୁଥିବା ବେଳେ ଠିକ୍ ସେଇ ଦିନ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିବେ। ଏଭଳି ସ୍ଥିତିରେ ରାଜ୍ୟରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେବା ସମ୍ଭାବନା କମ୍ ଥିବା ଦେଖାଯାଉଛି। ଅନ୍ୟପଟେ ରାଜ୍ୟ ସରକାରଙ୍କ ଯୋଜନା ପଛରେ ଭୋଟ୍‌ବ୍ୟାଙ୍କ ପଲିଟିକ୍ସର ଗନ୍ଧ ବାରିଛନ୍ତି ବିରୋଧୀ।

vsଅଗଷ୍ଟ ୧୫ରେ ଲଞ୍ଚ ହେବାକୁ ଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସହ ମୋଦି କେୟାର ଭାବେ ଚର୍ଚ୍ଚିତ ଯୋଜନା ନେଇ ଏମ୍ଓୟୁ କରି ନଥିବା ଓଡ଼ିଶା ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ବେଶ୍ ତତ୍ପର ହୋଇ ଉଠିଛନ୍ତି। ଏଥିରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁରକ୍ଷା ସହାୟତାର ବ୍ୟବସ୍ଥା କରାଯାଇଛି।

toଏହାଛଡ଼ା ସରକାରୀ ଡାକ୍ତରଖାନାରେ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ସହିତ ପ୍ରସୂତି, ନବଜାତ ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନାରୁ ଘରେ ପହଞ୍ଚାଇବା ବାବଦକୁ ୫ ଶହ ଟଙ୍କା ମିଳିବ। ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ବିଜୁ କୃଷକ କଲ୍ୟାଣ ଯୋଜନାର ହିତାଧିକାରୀ ମଧ୍ୟ ଏଥିରେ ସାମିଲ ହୋଇପାରିବେ।  ଏହି ଦୁଇ ଯୋଜନାରେ ସାମିଲ ହୋଇ ନ ଥିବା ଗରିବ ପରିବାରକୁ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।

toବିଜୁ ସଂସ୍ଥା କଲ୍ୟାଣ ଯୋଜନାରେ ସାମିଲ ହେବା ପରେ ଏହି ସହାୟତା ରାଶି ୫ ଲକ୍ଷକୁ ବୃଦ୍ଧି ହେବ। ଏକ ଟ୍ରଷ୍ଟ ଗଠନ କରି ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବେ। ରାଜ୍ୟର ୭୦ ଲକ୍ଷ ପରିବାର ଯୋଜନା ଦ୍ୱାରା ଉପକୃତ ହେବେ ବୋଲି ସରକାର ଘୋଷଣା କରିଛନ୍ତି। ଅନ୍ୟପଟେ ରାଜ୍ୟ ସରକାର ନିଜ ଯୋଜନା ଆରମ୍ଭ କରୁଥିବାରୁ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନାକୁ କାର୍ଯ୍ୟକାରୀ କରି ନ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

3thiନିଜ ଯୋଜନାରେ ରାଜ୍ୟ ର ୩ କୋଟି ୫୦ ଲକ୍ଷ ଲୋକଙ୍କୁ ସାମିଲ କରି ବିଜେଡି ନିଜର ଭୋଟ ବ୍ୟାଙ୍କକୁ ମଜବୁତ କରିବାକୁ ଚାହୁଁଛି ବୋଲି ପ୍ରଶ୍ନ ଉଠିଛି। ଏଥିପାଇଁ ଉଭୟ ବିରୋଧୀ କଂଗ୍ରେସ ଏବଂ ବିଜେପି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ସମାଲୋଚନା କରିବା ସହ ଅଭିଯୋଗ ମଧ୍ୟ କରିଛନ୍ତି। ନିଜ ବିଫଳତା ଲୁଚାଇବାକୁ ଯାଇ କଂଗ୍ରେସର ଏକ ପୁରୁଣା ସ୍କିମ୍‌କୁ କପି କରିଛନ୍ତି ରାଜ୍ୟ ସରକାର। ବୋଲି ନିରଞ୍ଜନ କହିଛନ୍ତି।

ଆୟୁଷ୍ମାନ ଭାରତ ଯୋଜନାରେ ଦେଶବ୍ୟାପୀ ୧୦ କୋଟି ଗରୀବ ପରିବାରର ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବାକୁ ବଜେଟ୍‌ରେ ଘୋଷଣା କରିଥିଲେ କେନ୍ଦ୍ର ସରକାର। ରାଜ୍ୟ ସରକାର ଯଦି ଏହାକୁ କାର୍ଯ୍ୟକାରୀ ନ କରନ୍ତି ତେବେ ରାଜ୍ୟବାସୀ କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହେବେ।

You might also like
Comments
Loading...