ଅସୁବିଧାରେ ପଡିଥିବା ମହିଳାଙ୍କୁ ମେଡିକାଲରେ ପହଞ୍ଚାଇଲେ ଓଟିଭି ଟିମ୍‌

ଭୁବନେଶ୍ୱର : ରାଜଧାନୀରେ ଅଟୋ ଓ ଟାକ୍ସି ଚାଳକଙ୍କ ଆନ୍ଦୋଳନବେଳେ ସାମନାକୁ ଆସିଲା ଓଟିଭି ଟିମ୍‌ର ଦାୟିତ୍ୱବୋଧର ଚିତ୍ର। ଏକ ଅସୁସ୍ଥ ଶିଶୁ ଓ ପରିବାର ଲୋକଙ୍କୁ ମେଡିକାଲ ପହଞ୍ଚାଇଲା ଓଟିଭି ଟିମ୍।  ସୂଚନା ଅନୁସାରେ ଭୁବନେଶ୍ୱର ବାଳକାଟିର ରଶ୍ମିତା ରଥ ନାମ୍ନୀ ମହିଳା ତାଙ୍କ ଅସୁସ୍ଥ ଶିଶୁକୁ ଧରି ଏକ ଅଟୋରେ କ୍ୟାପିଟାଲ ହସ୍ପିଟାଲ ଆସୁଥିଲେ। ହେଲେ କଳ୍ପନା ଛକରେ ତାଙ୍କ ଗାଡ଼ିକୁ ଅଟକାଇଥିଲେ ଆନ୍ଦୋଳନରତ ଅଟୋ ଓ ଟାକ୍ସି ସଂଘର କର୍ମକର୍ତ୍ତା।

ଶିଶୁର ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କହିବା ସତ୍ତ୍ୱେ ଗାଡିକୁ ଛାଡିନଥିଲେ ଆନ୍ଦୋଳନକାରୀ। ପରେ ମହିଳା ଜଣକ ଅଟୋରୁ ଓହ୍ଲାଇ ତାଙ୍କୁ ମେଡିକାଲରେ ପହଞ୍ଚାଇବାକୁ ବହୁ ଲୋକଙ୍କୁ କାକୁତି ମିନତୀ ହୋଇଥିଲେ। ହେଲେ କେହି ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ତେବେ ଏହି ସମୟରେ ଅଟୋ ଆନ୍ଦୋଳନ ସମ୍ପର୍କରେ ଖବର ସଂଗ୍ରହ କରୁଥିବା ଓଟିଭି ଟିମ୍‌ର ନଜରକୁ ଆସିଥିଲେ।

ଖବର ସଂଗ୍ରହ କରୁଥିବା ଓଟିଭି ଟିମ୍, ତୁରନ୍ତ ଉକ୍ତ ମହିଳା ଓ ତାଙ୍କ ଅସୁସ୍ଥ ଶିଶୁକୁ ଓଟିଭି ଗାଡ଼ିରେ ବସାଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇଥିଲେ।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like