ରାସ୍ତା ଅବରୋଧ ହଟାଇବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର: ରାସ୍ତା ଅବରୋଧ ହଟାଇବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଗୋବିନ୍ଦପୁର ଅଞ୍ଚଳରୁ।

ସୂଚନା ଅନୁସାରେ, ଗତକାଲି ରାତିରେ ଗୋବିନ୍ଦପୁରର ଜଣେ ଟ୍ରକ ଡ୍ରାଇଭରଙ୍କୁ ତପ୍ତପାଣି ଅଞ୍ଚଳର ୨ଜଣ ଯୁବକ ମାଡ଼ ମାରିଥିଲେ।  ଏହାର ପ୍ରତିବାଦରେ ଗୋବିନ୍ଦପୁର ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଫଳରେ ଗୋବିନ୍ଦପୁର-ଚକରାପଲି ରାସ୍ତାରେ ଯାନବାହାନ ଚଳାଚଳରେ ବାଧା ଦେଖାଦେଇଥିଲା।

ଖବର ପାଇ ପାଟପୁର ପୋଲିସ ରାସ୍ତା ଅବରୋଧ ହଟାଇବାକୁ ଘଟଣାସ୍ଥଳକୁ ଯାଇଥିବାବେଳେ ଏହି ସମୟରେ ରାସ୍ତା ଅବରୋଧକାରୀମାନେ ପୋଲିସ ଉପରକୁ ଢେଲାପଥର ମାଡ କରିଥିଲେ।  ଫଳରେ ପାଟପୁର ଥାନା ଏଏସ୍‌ଆଇ ଗୋଲକ ଚନ୍ଦ୍ର ପଲାଇ, ଏସ୍‌ଆଇ ପି.କେ ପ୍ରଧାନଙ୍କ ସହ ଆଉ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାର ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ତିର୍ତ୍ତୋଲବାସୀଙ୍କୁ ସରକାରଙ୍କ ଭେଟି

ଭୁବନେଶ୍ୱରରେ ଚୋରା ବନ୍ଧୁକ ଡିଲ୍‌ର ପର୍ଦ୍ଦାଫାସ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୧,୭୦୯ ଜଣ ପୋଲିସ୍ କର୍ମଚାରୀଙ୍କୁ ଦିଆଯିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

ଜୀବନକୁ ବାଜି ଲଗାଇ ଏମିତି କାମ କଲେ ଦୁଇ ଅଙ୍ଗନବାଡ଼ି କର୍ମୀ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

ମିଳିଲାନି କାନ୍ଧ, ଟ୍ରଲିରେ ଶ୍ମଶାନକୁ ଗଲା ମୃତଦେହ

ନଦୀରେ ପୋଲ ବ୍ୟବସ୍ଥା ନ କରି ବିକଳ୍ପ ହଟାଇ ଦେଲା ପ୍ରଶାସନ, ତାତିଲେ ଲୋକେ

You might also like