ବନାବିରା ଆକ୍ରମଣ ଘଟଣା: ଡ୍ରାଇଭରଙ୍କ ମୃତ୍ୟୁ

କଟକ: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରାରେ ଆକ୍ରମଣ ଘଟଣାରେ ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡ଼ିକାଲରେ ଆହତ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ସମେତ ୪ ଜଣଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଡ୍ରାଇଭର ଦିଲେଶ୍ୱରଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ସଂକଟାପନ୍ନ ଅବସ୍ଥାରେ ଦିଲେଶ୍ୱରଙ୍କୁ ବୁର୍ଲା ମେଡିକାଲରୁ ଏସସିସିବିକୁ ସ୍ଥାନାନ୍ତର କରାଯାଇଥିଲା  ତେବେ ଏସସିବିରେ ପହଞ୍ଚିବାର କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ନେଇ ତାଙ୍କ ଶ୍ୱଶୁର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ ଓ ଅନ୍ୟ ଜଣେ ଆହତଙ୍କ ଚିକିତ୍ସା ଏବେ ବୁର୍ଲାରେ ଚାଲିବା ସହ ପୋଲିସ ଘଟଣାର ଛଶନଭିନ କରି ଏପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରିଛି।

You might also like