ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଟମାଟୋ ମାଡ଼। ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ଆଜି ପୁରୀ ଯାଉଥିବା ସମୟରେ ତାଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇଛି।

ସୂଚନା ଅନୁସାରେ, ଚକ୍ରତୀର୍ଥ ରୋଡ୍ ଆରଟିଓ ଅଫିସ୍ ଆଗରେ ଟମାଟୋ ମାଡ଼ ହୋଇଥିବା ଜଣାପଡ଼ିଛି। ଏଥିସହ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।

ସୂଚନାଥାଉ କି, ପୂର୍ବରୁ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ମଧ୍ୟ ହୋଇଛି। ସେହିପରି ବିଜେପୁର ଉପ-ନିର୍ବାଚନ ବେଳେ ପ୍ରଚାର କରିବାକୁ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ଼ ହୋଇଥିଲା। ତେବେ ଚପଲଟି ତାଙ୍କ ଦେହରେ ବାଜି ନ ଥିଲା।

You might also like